୮୩ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ
କାନ୍ଦାହାର : ୮୩ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଫଗାନିସ୍ତାନର ଘଜନୀରେ ଏହି ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୋମବାର ଆରିଆନା ଆଫଗାନ ଏୟାରଲାଇନ୍ସର ଏହି ବିମାନଟି ଘଜନୀର ଦେହ ୟାକ୍ ପ୍ରଦେଶରୁ ୧୫ କି.ମି ଦୂରରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଆଫଗାନିସ୍ତାନର ସରକାରୀ ବିମାନ ଚଳଚଳ କମ୍ପାନୀ ଆରିଆନାର ଏହି ବିମାନଟି ଅପରାହ୍ନ ୧.୧୦ ମିନିଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାର କାରଣ ଜଣାପଡିନଥିବା ବେଳେ ମୃତାହତଙ୍କ ସଂଖ୍ୟା ମଧ୍ୟ ସ୍ପଷ୍ଟ ହୋଇନାହିଁ ।


