ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରୀ

୨୦୧୯ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ମଙ୍ଗଳବାର ଦିନ ସମଗ୍ର ଦେଶରେ ୧୪ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଂଚଳର ୧୧୬ଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା ହେବ।ଏହି ପର୍ଯ୍ୟାୟରେ ୧୬୪୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୮ କୋଟି ୮୫ ଲକ୍ଷରୁ ଊର୍ଦ୍ଧ୍ବଭୋଟର। ୧୧୬ଟି ସଂସଦୀୟ ଆସନରୁ ଏକାଥରେ ଭୋଟ ଗ୍ରହଣ ହେଉଥିବାରୁ ଏହା ହେଉଛି ୨୦୧୯ ସାଧାରଣ ନିର୍ବାଚନର ସବୁଠାରୁ ବଡ ପର୍ଯ୍ୟାୟର ଲଢ଼େଇ। ସୁବିଧାରେ ଭୋଟ ଗ୍ରହଣ ହେବା ପାଇଁ ଦେଶବ୍ୟାପୀ ମୋଟ ୨,୧୦,୦୦୦ ପୋଲିଂ ବୁଥ କରାଯାଇଛ।ଏହି ପର୍ଯ୍ୟାୟରେ ଓଡିଶାର ୬ଟି ସଂସଦୀୟକ୍ଷେତ୍ର-ସମ୍ବଲପୁର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ଓ କେନ୍ଦୁଝରରେ ଭୋଟଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ଓଡିଶାର ମୋଟ ଭୋଟରଙ୍କ ସଂଖ୍ୟା ହେଉଛନ୍ତି ୯୨,୫୬, ୯୨୨। ସେମାନଙ୍କ ମଧ୍ୟରୁ ପୁରୁଷ ମତଦାତାଙ୍କ ସଂଖ୍ୟା ୪୭, ୯୯, ୦୩୦ ଓ ମହିଳା ୪୪, ୫୬, ୭୨୯। ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ହେଉଛି ୧୧୬୩। ଏହି ଭୋଟରମାନେ ୬୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣକରିବେ। ମତ ଦାନ ପାଇଁ ମୋଟ ୧୦,୪୬୪ଟି ପୋଲିଂ ବୁଥ ନିର୍ଦ୍ଧାରିତ କରାଯାଇଛି।ସେହିପରି ଆସାମର ୪ଟି ସଂସଦୀୟ କ୍ଷେତ୍ରରେ ମୋଟ ୭୪, ୭୭, ୦୬୨ ସଂଖ୍ୟକ ଭୋଟର ୫୪ ଜଣ ପ୍ରାର୍ଥିୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ବିହାରର ୫ଟି ସଂସଦୀୟ କ୍ଷେତ୍ରରେ ମୋଟ ୮୨ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ପ୍ରାର୍ଥୀ ହୋଇଛନ୍ତି ଏବଂ ତୃତୀୟ ପର୍ଯ୍ୟାୟରେ ମୋଟ ୮୯,୦୯, ୨୬୩ ଜଣ ଭୋଟର ମତଦାନ କରିବେ। ଛତିଶଗଡର ୭ଟି ନିର୍ବାଚନ ମଣ୍ଡଳୀରୁ ୧୨୩ ଜଣ ପ୍ରାର୍ଥୀଙ୍କୁ ମତଦାନ କରି ନିର୍ବାଚିତ କରିବେ ୧,୨୭,୧୩୮୧୬ ଜଣ ଭୋଟର। ଗୋଆରେ ୨ଟି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୧୨ ଜଣ ପ୍ରାର୍ଥୀ ଏବଂ ମୋଟ ଭୋଟରଙ୍କ ସଂଖ୍ୟା ୧୧,୩୫୮୧୧। ଗୁଜୁରାଟରେ ୨୬ଟି ଆସନ ପାଇଁ ୪,୫୧,୨୫୬୮୦ ମତଦାତା ଥିବାବେଳେ ୩୭୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଛନ୍ତି।
ଜାମ୍ମୁ କଶ୍ମୀରରେ ଗୋଟିଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା ହେବ ଏବଂ ଏଠାରେ ୫,୨୭୧୫୪ ଜଣ ଭୋଟର ୧୮ ଜଣ ପ୍ରାର୍ଥୀଙ୍କ ନିର୍ବାଚନୀ ଭାଗ୍ୟନିର୍ଦ୍ଧାରଣ କରିବେ। କର୍ଣ୍ଣାଟକରେ ୧୪ଟି ଆସନ ପାଇଁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ୨୩୭ ପ୍ରାର୍ଥୀ ଏବଂ ମୋଟ ଭୋଟର ସଂଖ୍ୟା ହେଉଛି ୨,୩.୬୮୯୦୫। କେରଳରେ ୨୦ଟି ଆସନରୁ ୨୨୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨,୬୧,୫୧୫୩୪ ଭୋଟର। ମହାରାଷ୍ଟ୍ରର୧୪ଟି ଆସନରେ ଲଢ଼େଇ ହେଉଛି ଏବଂ ଏଠାରେ ୨,୫୭, ୮୯୭୩୮ ଜଣ ମତଦାତା ଥିବାବେଳେ ୨୪୯ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅଛନ୍ତି। ତ୍ରିପୂରାରେ ଗୋଟିଏ ଆସନରୁ ଲଢ଼େଇ ହେବ ଏବଂ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧,୨,୫୭୯୪୪ ଭୋଟର। ଉତର ପ୍ରଦେଶରେ ୧୦ଟି ଆସନ ପାଇଁ ରହିଛନ୍ତି ମୋଟ ୧୨୦ ପ୍ରାର୍ଥୀ ଏବଂ ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ୧,୭,୮୧୦୯୪୬ ଜଣ ଭୋଟର। ପଶ୍ଚିମବଙ୍ଗରେ ୫ଟି ଆସନରେ ଲଢ଼େଇ ହେବ ଏବଂ ଏଥିପାଇଁ ମଇଦାନକୁ ଓହ୍ଲାଇଛନ୍ତି ୬୧ ଜଣ ପ୍ରାର୍ଥୀ। ମୋଟ ଭୋଟରଙ୍କ ସଂଖ୍ୟା ହେଉଛି ୮୦,୨୩୮୪୬। ଦାଦ୍ରା ନଗର ହାବେଳୀ ଏବଂ ଡାମନ ଡିଉରେ ଗୋଟିଏ ଲେଖାଁଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି ଏବଂ ଏଥିପାଇଁ ଯଥାକ୍ରମେ ୧୧ ଓ ୪ ଜଣ ପ୍ରାର୍ଥୀ ଲଢ଼େଇ କରୁଛନ୍ତି। ଏହି ଆସନ ପାଇଁ ଦୁଇ କେନ୍ଦ୍ରଶାସିତ ଅଂଚଳମାନଙ୍କର ଭୋଟରଙ୍କ ସଂଖ୍ୟା ହେଉଛି ଯଥାକ୍ରମେ ୨,୪୦୮୫୮ ଓ ୧,୧୯୬୭୭।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ