ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା
ନାଉଗାଁ (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଧୁମ୍ଧାମରେ ପାଳିତ ହୋଇଯାଇଛି। ଜାମୁଗାଁସ୍ଥିତ ପଲିଟେକନିକ୍ କଲେଜ, ମୁଣ୍ଡାଳ ବଜାରସ୍ଥିତ ଗ୍ରେଟ୍ ଆଇଟିଆଇ ସମେତ ବିଭିନ୍ନ ଗ୍ୟାରେଜ ଓ ଅନ୍ୟାନ୍ୟ ପ୍ରତିଷ୍ଠାନରେ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ବିଦ୍ୟୁତ୍ ବିଭାଗର ନାଉଗାଁ ସେକ୍ସନ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ବିଶ୍ୱକର୍ମା ପୂଜା ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଥିଲା। ବରିଷ୍ଠ କିରାଣି ଦେବନାରାୟଣ ମହାନ୍ତି କର୍ତ୍ତା ଭାବେ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥିଲେ। ପୂଜା କାର୍ଯ୍ୟକ୍ରମରେ ବିଭାଗୀୟ ଏସଡିଓ ଇଂ. କୈଳାସ ଚନ୍ଦ୍ର ସାହୁ, କନିଷ୍ଠ ଯନ୍ତ୍ରୀ ଯଯାତି କେଶରୀ ଦାସ, କନିଷ୍ଠ ଯନ୍ତ୍ରୀ( ବାଣିଜ୍ୟ) ଶୁଭମ୍ ମହାନ୍ତି, ସୁପରଭାଇଜର ଦିବ୍ୟରଞ୍ଜନ ବଳ, ଲାଇନ ମ୍ୟାନ ପ୍ରତାପ ମହାନ୍ତି, ମନୋରଞ୍ଜନ ବଡୁ, ମନୋଜ ବେହେରା, ଜନ୍ମଜେୟ ପଲାଇ, ତ୍ରିଲୋଚନ ମଉଜି, ପଞ୍ଚାନନ ସାହୁ, କୈଳାସ ଜେନା, ଚନ୍ଦ୍ରକାନ୍ତ ନାୟକ, ବଳରାମ ରାଉଳ, ମଣ୍ଟୁ ସେଠୀ, ହେମନ୍ତ ରାୟଙ୍କ ସମେତ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।


