‘ପୃଥ୍ବୀରାଜ’ରେ ଏଣ୍ଟ୍ରି କଲେ ମାନୁଷୀ
ମୁମ୍ବାଇ: ‘ପୃଥ୍ବୀରାଜ’ ଜରିଆରେ ୨୦୧୭ର ମିସ୍ ଓ୍ବାଲ୍ଡ ତଥା ଭାରତୀୟ ଲଳନା ମାନୁଷୀ ଛିଲ୍ଲାର୍ ବଲିଉଡକୁ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ମାନୁଷୀଙ୍କ ସହ ଏହି ଫିଲ୍ମରେ ଖିଲାଡି ଷ୍ଟାର୍ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିବ । ମାନୁଷୀ ଏବେ ଏହି ଫିଲ୍ମର ଗୋଟେ ଗୀତ ଶୁଟିଂ କରୁଥିବାର ନଜର ଆସିଛନ୍ତି । ଟୁଇଟରରେ ମାନୁଷୀ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜର ହେୟାର୍ ଓ ମେକଅପ୍ କ୍ର୍ୟୁ ମେମ୍ବରଙ୍କ ସହିତ ନଜର ଆସିଛନ୍ତି । ତେବେ ଏହି ଫଟୋଟିରେ କେବଳ ତାଙ୍କର ଛାଇ ଦେଖାଯାଇଛି । ଏହି ଫଟୋକୁ ସେୟାର କରି ମାନୁଷୀ ଲେଖିଛନ୍ତି ଯେ, ‘ସବୁ ସମୟରେ ସେ ମୋ’ ପଛରେ ରହିଛି’ । ମାନୁଷୀ ଏହି ଫିଲ୍ମରେ ସଙ୍ଗୀତାଙ୍କ ଚରିତ୍ରରେ ଅବତୀର୍ଣ୍ଣ ହେଉଛନ୍ତି । ସୂଚନାଯୋଗ୍ୟ, ପୃଥ୍ବୀରାଜଙ୍କ ପ୍ରଥମ ପତ୍ନୀ ଥିଲେ ସଙ୍ଗୀତା । ସେହିପରି ପୃଥ୍ବୀରାଜଙ୍କ ଦ୍ବିତୀୟ ପତ୍ନୀଙ୍କ ଭୂମିକାରେ ଜଣେ ଟେଲି ଅଭିନେତ୍ରୀ ନଜର ଆସିବେ ବୋଲି ଜଣାପଡିଛି । ଏହି ଫିଲ୍ମରେ ଅକ୍ଷୟ-ମାନୁଷୀଙ୍କ ବ୍ୟତୀତ, ମାନବ ଭିଜ୍, ଆଶୁତୋଷ ରାଣା, ସୋନୁ ସୁଦ୍ଙ୍କ ପରି ଅଭିନେତାମାନେ ନଜର ଆସିବେ ।


