ହରେ ରାମକୃଷ୍ଣ

ଶାରୀ ଡାକୁଥିଲା
ହରେ ରାମ କୃଷ୍ଣ
କର୍ଣ୍ଣଡେରି ଶୁଣୁଥିଲି,
ଯେତେ ଚେଷ୍ଟାକଲି
ଡାକି ନ ପାରିଲି
କଣ୍ଠେସ୍ବର ନାହିଁ ବୋଲି ।

ଜନମ ଦେଇଛ
ମରଣ ରଖିଛ
କଣ୍ଠ ଦେଲ ସ୍ବର ନାହିଁ,
ତୁମ୍ଭ ନାମ ଯଦି
ଗାଇ ନ ପାରିବି
ଏ ଜନମେ ଲାଭ କାହିଁ ।

ଶାରୀଠାରୁ ହୀନ
କଲ ହିନିମାନ
ମଣିଷ ଜନମ ଦେଇ,
ଏ ଦେହ ସଂସାର
କେମିତି ଭୁଲିବି
ନାମ ପ୍ରେମକୁ ନ ଗାଇ ।

ତୁମ୍ଭ ନାମ ପ୍ରେମେ
ଶ୍ରୀଚୈତନ୍ୟ ମଜ୍ଜି
ଉଦଣ୍ଡ କିର୍ତ୍ତନ କଲେ,
ରାମ ରାମ କହି
ଦସ୍ୟୁରତ୍ନାକର
ବାଲମିକ ହୋଇଗଲେ ।

ହରେ ରାମ କୃଷ୍ଣ
ଶ୍ରବଣ କୀର୍ତ୍ତନ
ଅହୋରାତ୍ର ଚାଲିଅଛି,
ଶ୍ରବଣ କରୁଚି
କିର୍ତ୍ତନ ନ କରି
ଅନୁଭବେ ଆସ ନାଚି ।

ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ