ଇସ୍ତାହାର ପ୍ରକାଶ ଆମ ଆଦମୀ ପାର୍ଟି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଗୁରୁବାର ନିଜ ଦଳର ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି। ଏହି ଅବସରରେ କେଜ୍ରିୱାଲ କହିଛନ୍ତି, ଦଳ ଦିଲ୍ଲୀର ସମସ୍ତ ୭ଟି ଆସନରେ ନିର୍ବାଚନ ଲଢ଼ିବ। ୨୦୧୯ର ନିର୍ବାଚନ ଭାରତକୁ ବଞ୍ଚାଇବାର ନିର୍ବାଚନ। ଲୋକତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବାର ନିର୍ବାଚନ। ପାକିସ୍ତାନ ଚାହୁଁଛି ଭାରତ ଖଣ୍ଡ ଖଣ୍ଡ ହୋଇଯାଉ। ତେଣୁ ଆମର ଗୋଟିଏ ଧାଡ଼ିର ଇସ୍ତାହାର- ବିଜେପିକୁ ହଟାଇବାକୁ ପଡ଼ିବ। ମୋଦୀ-ଶାହ ଯୋଡ଼ିକୁ ହରାଇବା ଲାଗି ଆମେ ଯେକୌଣସି ଦଳକୁ ସମର୍ଥନ କରିବୁ। ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଆମର ସବୁଠାରୁ ବଡ଼ ଲକ୍ଷ୍ୟ ବୋଲି କେଜ୍ରିୱାଲ କହିଛନ୍ତି।

ଆଜି ଆମ ସଂସ୍କୃତି ଉପରେ ଆକ୍ରମଣ ହେଉଛି। ଆମ ଏକତା ଉପରେ ଆକ୍ରମଣ ହେଉଛି। ଦିଲ୍ଲୀବାସୀଙ୍କ ସହିତ ୨ୟ ଶ୍ରେଣୀ ନାଗରିକଙ୍କ ଭଳି ବ୍ୟବହାର କରାଯାଉଛି। ଦିଲ୍ଲୀ ପୂର୍ଣ୍ଣ ରାଜ୍ୟ ହେଲେ ଏଠାକାର ୮୫% ପିଲାଙ୍କୁ କଲେଜରେ ନାମଲେଖା ସୁବିଧା ମିଳିପାରିବ। ପୂର୍ଣ୍ଣ ରାଜ୍ୟର ଆବଶ୍ୟକତା ଏବଂ ଲାଭ ସମ୍ପର୍କରେ କେଜ୍ରିୱାଲ କହିଥିଲେ, ସବୁ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଯାଇ ପାରିବ। ଏମସିଡି ରାଜ୍ୟ ସରକାରଙ୍କ ଅଧୀନରେ ରହିବ ଏବଂ ଦିଲ୍ଲୀ ଅଧିକ ସ୍ବଚ୍ଛ ହୋଇପାରିବ। କିଛି ବି କରେ, ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ କରିକି ରହିବି ବୋଲି ସେ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ