ଜିଲ୍ଲା ସ୍ତରୀୟ ଜନଶୁଣାଣି ଅଭିଯୋଗ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ସୋମବାର ଚିକିତ୍ସା ସହାୟତା ନିମନ୍ତେ ଆସିଥିବା ୧୭ଜଣଙ୍କୁ ଜିଲ୍ଲାପାଳ ସମର୍ଥ ବର୍ମା ୪୦ ହଜାରଟଙ୍କାର ସହାୟତା ପ୍ରଦାନ କରିଥିବା ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ପନ୍ଦିଆ ଗ୍ରାମର ପ୍ରେମଲତା ବେହେରାଙ୍କୁ ୧୫ଶହଟଙ୍କା, ବଉଳାଙ୍ଗର ପଂଚାନନ ମଳିକଙ୍କୁ ଏକହଜାର ଟଙ୍କା, ନରଣପୁରର ଅଜୟ ସ୍ୱାଇଁଙ୍କୁ ୨ହଜାର, ଜଜାଙ୍ଗର ଜଗବନ୍ଧୁ ବେହେରାଙ୍କୁ ଏକହଜାର, କେନ୍ଦ୍ରାପଡା ସହରର ସେକ ୟୁସୁଫଙ୍କୁ ୧୫ଶହ, ପଣସୁଦ୍ଧା ବଜିର ଗ୍ରାମର ଗୋଲେଖ ବେହେରାଙ୍କୁ ୨ହଜାର, ବଡକୂଳର ସରସ୍ୱତୀ ବେହେରାଙ୍କୁ ଏକହଜାର, ବେଲାରପୁରର ଅଭିରାମ ସାହୁଙ୍କୁ ୧୦ ହଜାର, ବେରୁହାଁର ଅହଲ୍ୟା ଦାସଙ୍କୁ ଏକହଜାର, ମାର୍ଶାଘାଇର ଗଗନ ସାହୁଙ୍କୁ ୧୫ଶହ, ବେରୁହାଁର ଅମୁଲ୍ୟ ମଳିକଙ୍କୁ ଏକହଜାର ଓ କୃପାସିନ୍ଧୁ ମଳିକଙ୍କୁ ୧୫ଶହ, ବଗଡାର କୁମୁଦିନୀ ଜେନାଙ୍କୁ ୨ହଜାର ୫ଶହ, କଂସାରର ଗୀତାଞ୍ଜଳି ନାୟକଙ୍କୁ ୨ହଜାର, ମାହାରାକୂଳର ତପନ କୁମାର ମଲ୍ଲଙ୍କୁ ୨ହଜାର ୫ଶହ, ପୋଖରିଆପଡାର ରସିଦା ଖାତୁନଙ୍କୁ ୩ହଜାର ଓ ମହେଶ୍ୱର ସାହୁଙ୍କୁ ୫ହଜାର ଟଙ୍କାର ଚେକ ଚିକିତ୍ସା ସହାୟତା ବାବଦରେ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ