ବଛରାଇ ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବଛରାଇ ଗ୍ରାମପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତି ହୋଇଥିବା ସୋମବାର ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଛରାଇ ଗ୍ରାମର ପଞ୍ଜିକରଣ ନମ୍ବର – ଓଆର୨୬୩୯୫୧୧ରେ ଅନନ୍ତ ଚରଣ ପ୍ରଧାନଙ୍କ ପୁଅ ସରୋଜ କୁମାର ପ୍ରଧାନ କାର୍ଯ୍ୟାଦ୍ଦେଶ ପାଇ ଗୃହ ନିର୍ମାଣ ନକରି ୨ଟି କିସ୍ତିର ଅର୍ଥ ହାତେଇ ନେଇଛନ୍ତି । ହିତାଧିକାରୀ ସରୋଜଙ୍କ ପତ୍ନୀ ଏକ ସରକାରୀ ସ୍କୁଲର ଜଣେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ଦ୍ୱିତୀୟରେ ସେହି ଗ୍ରାମର ପଞ୍ଜିକରଣ ନମ୍ବର-୨୭୫୨୬୫୧ରେ ଆଲୋକ ପଟ୍ଟନାୟକଙ୍କ ପତ୍ନୀ ନର୍ମଦା ପଟ୍ଟନାୟକ ଗୃହ ନିର୍ମାଣ ନକରି ୩ଟି କିସ୍ତି ଅର୍ଥ ଉଠାଇ ନେଇଛନ୍ତି ବୋଲି ଅଭିଯୋଗ ହୋଇଛି । ତୃତୀୟରେ ସେହି ିଗ୍ରାମର ଦିନବନ୍ଧୁ ସାମଲଙ୍କ ପୁଅ କାର୍ତ୍ତିକ ଚନ୍ଦ୍ର ସାମଲ ବଛରାଇ ଗ୍ରାମରେ ଗୃହ ନିର୍ମାଣ ନକରି ୩ଟି କିସ୍ତି ବାବଦ ଅର୍ଥ ନେଇଥିବା ବେଳେ ସେହି ଗ୍ରାମର ମଥୁରାନନ୍ଦ ସାମଲଙ୍କ ଝିଅ କବିତା ମହାପାତ୍ର ଗୃହ ନିର୍ମାଣ ନକରି ଅନ୍ୟ ଲୋକର ଘର ଦେଖାଇ ୩ଟି କିସ୍ତିର ଅର୍ଥ ନେଇଛନ୍ତି,ସେହିଭଳି ପେଣ୍ଠ ଗ୍ରାମର ଜଗବନ୍ଧୁ ସ୍ୱାଇଁଙ୍କ ପତ୍ନୀ ନର୍ମଦା ସ୍ୱାଇଁଙ୍କ ସ୍ୱାମୀ ଜଣେ ସରକାରୀ ଚାକିରିଆ ହୋଇଥିବା ବେଳେ ସେ ମଧ୍ୟ ଏହି ଯୋଜନାରେ କାର୍ଯ୍ୟାଦେଶ ପାଇ ବିନା ଗୃହ ନିର୍ମାଣରେ ୩ଟି କିସ୍ତି ଅର୍ଥ ଉଠାଇନେଇଥିବା ଅଭିଯୋଗ ହୋଇଛି । ସେହିଭଳି ଦୁର୍ଯ୍ୟୋଧନ ସ୍ୱାଇଁଙ୍କ ପୁଅ ପ୍ରଦୀପ୍ତ କୁମାର ସ୍ୱାଇଁ ଅନ୍ୟ ଲୋକଙ୍କ ଘର ଦେଖାଇ ୨ଟି କିସ୍ତିର ଅର୍ଥ ନେଇଥିବା ଅଭିଯୋଗ ହୋଇଛି । ବଛରାଇ ପଂଚାୟତର ସରପଂଚ,ନିର୍ବାହୀ ଅଧିକାରୀ ଓ ଗ୍ରାମରୋଜଗାର ସେବକ ମିଳିତ ଭାବରେ ହିତାଧିକାରୀ ପିଛା ୨୦ରୁ ୩୦ହଜାର ଟଙ୍କା ଲାଂଚ ନେଇ ଗୃହ ନିର୍ମାଣ କରିନଥିଲେ ମଧ୍ୟ ଅନ୍ୟ ଲୋକର ଘର ଦେଖାଇ ବିଲକରି ସେମାନଙ୍କୁ କିସ୍ତି ଅର୍ଥ ପ୍ରଦାନ କରୁଥିବା ଅଭିଯୋଗ ହୋଇଛି । ତେଣୁ ସେହି ପଂଚାୟତର ୨୦୧୯-୨୦୨୦ ଆର୍ଥିକ ବର୍ଷରେ ପ୍ରଦାନ କରାଯାଇଥିବା ସମସ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କ ସମ୍ପର୍କରେ ସବିଶେଷ ତଦନ୍ତ କରାଯିବାକୁ ସେହି ପଂଚାୟତର ବିପ୍ଳବ ନାୟକ, ସୁଧାଂଶୁ ନାୟକ, ପ୍ରକାଶ ମୁଦୁଲି ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ