କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ବିପ୍ଳବୀ କବି ରବି ସିଂଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା, (ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୁଲ୍ୟରେ ବିପ୍ଳବୀ କବି ରବି ସିଂଙ୍କ ଦେହାନ୍ତରେ ଏକ ଶୋକସଭା ସଂସଦର ସଭାପତି ଡଃ.ବାସୁଦେବ ଦାସଙ୍କ ପୈାରହିତ୍ୟରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ତାଙ୍କର ପ୍ରତିଟି କବିତା ମଣିଷର ଜୀବନ, ଯନ୍ତ୍ରଣା, ବିପ୍ଲବ ଓ ସଂଗ୍ରାମର ବାର୍ତ୍ତା ବହନ କରେ । ସେ ଜଣେ ସାଲିସ ବିହୀନ କବି । ଗୋଆ ମୁକ୍ତି ସଂଗ୍ରାମରେ ସେ ଗୋଟିଏ ଆଖି ହରାଇଥିଲେ । ତାଙ୍କର ସ୍ପଷ୍ଟ,ଅପ୍ରିୟ ବକ୍ତବ୍ୟ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଭୀଷଣ ଆଘାତ କରେ । ଯେଉଁଥିପାଇଁ ତାଙ୍କୁ ପ୍ରଶାସକମାନେ ପ୍ରଚଣ୍ଡ ଭୟ କରନ୍ତି । ତାଙ୍କର ରୋକଠୋକ କଥାକୁ ସାମନା କରିବାକୁ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଭୟ କରିଥାନ୍ତି । ତାଙ୍କର ନିସଙ୍ଘ ପଦାତିକ ଓଡିଆ ସାହିତ୍ୟର ମହାର୍ଘ୍ୟ ସମ୍ପତି । ଏହି ଶୋକସଭାରେ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ, ବାଲିଯାତ୍ରା ମହୋତ୍ସବ କମିଟି ସଭାପତି ଆଇନଜୀବି ପ୍ରଦୀପ କୁମାର ଦାଶ, ସମ୍ପାଦକ ସଞ୍ଜୟ କୁମାର ଜେନା, ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ସଭାପତି କରୁଣାକର ଦାସ, ସମ୍ପାଦକ ରମଣୀରଞ୍ଜନ ରାଉତରାୟ, କେନ୍ଦ୍ରାପଡା ବିକାଶ ସାମ୍ମୁଖ୍ୟର ସମ୍ପାଦକ ଅଧ୍ୟାପକ ଅଜୟ ସାମଲ, ଆଶିଷ ସେନାପତି, ସଂସଦର ଉପସଭାପତି ରାମକୃଷ୍ଣ ଦାଶ, ପାର୍ବତୀ ନାୟକ, ଶରତ କୁମାର ରାଉତ, ସମ୍ବାଦ ସାହିତ୍ୟ ଘରର ସଭାପତି ଅବନ୍ତୀ ବେହେରା, ସମ୍ପାଦକ ଆଦିକନ୍ଦ ରାଉଳ, ଗୟାଧର ଧଳ, ରଣଧୀର ଜେନା, କେମର ଶେଷଦେବ ଦାସ, ପାର୍ଥସାରଥି ବେହେରା, ମନୋଜ କୁମାର ଦାସ, ଅପର୍ତ୍ତୀ ସେଠୀ, ଆଇନଜୀବି ଗଗନବିହାରୀ ଜେନା, ଆଶୁକବି ହେମନ୍ତ ଜେନା, ବସନ୍ତ ପରିଡା ପ୍ରମୁଖ ଯୋଗଦେଇ ସୂର୍ଗତ ରବି ସିଂଙ୍କ ଜୀବନାଦର୍ଶ ଓ ତାଙ୍କ ସାହିତ୍ୟ କୃତ୍ତି ସମ୍ପର୍କରେ ବକ୍ତବ୍ୟ ରଖି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସଂସଦର ନୂତନ ଗୃହରେ ତାଙ୍କର ଏକ ତୈଳଚିତ୍ର ଏବଂ ସଂସଦର ମୁଖପତ୍ର ଦିଗବଳୟ ପତ୍ରିକାରେ ତାଙ୍କ ପାଇଁ ଏକ ପୃଷ୍ଟା ଉତ୍ସର୍ଗ କରିବାକୁ ସ୍ଥିର କରାଗଲା । ପ୍ରଥମେ ସୂର୍ଗତ ସିଂଙ୍କ ସ୍ମୃତିରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ସୂଚନାକର୍ମୀ ରଞ୍ଜନ ଦାସଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ