ଖଡ଼ଗପୁରରେ ପତିତପାବନ ସଂଘର ଶତବାର୍ଷିକୀ, ଜୟମଙ୍ଗଳ ରଥଙ୍କ ଜୟନ୍ତୀ ପାଳିତ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌) : ବ୍ରହ୍ମପୁରର ପ୍ରବୀଣ ସଂସ୍କାରକ, ସ୍ୱାଧୀନତା ସଂଗ୍ରାମୀ, ଦଳିତ, ନିସ୍ପେସିତ ଜନତାଙ୍କ ତ୍ରାଣକର୍ତ୍ତା ତଥା ପତିତପାବନ ସଂଘ ଗଠନ ଦ୍ୱାରା ଦଳିତମାନଙ୍କ ବିକାଶ ଶିକ୍ଷା, ସଂସ୍କୃତି ଓ ଧାର୍ମିକ ମନେ।ଭାବ ଜାଗରଣ କରିବା କ୍ଷେତ୍ରରେ ଯେଉଁ ବୀଜରେ।ପଣ କରି ଯାଇଛନ୍ତି ତାହା ଅ।ଜି ମହାଦ୍ରୁମରେ ପରିଣତ ହେ।ଇ ଶତବାର୍ଷିକୀ ପୂରଣ କରିପାରିଛି ବେ।ଲି ସ୍ଥାନୀୟ ବିଧାୟକ ତଥା ଖଡ଼ଗପୁର ମ୍ୟୁନିସିପାଲିଟିର ଚେୟାରମ୍ୟାନ ପ୍ରଦୀପ କୁମାର ସରକାର ମତବ୍ୟକ୍ତ କରିଛନ୍ତି ।  ସରକାର କହିଲେ ଶିକ୍ଷା, ସ୍ୱାସ୍ଥ୍ୟ, ଜନସାଧାରଣଙ୍କ ସମସ୍ୟା ପୂରଣ କରିବା ସହିତ ପଶ୍ଚିମବଙ୍ଗର ୪ ହଜାର ସ୍ୱେଚ୍ଛାସେବୀ ସଂଗଠନ ଓ କ୍ଲବମାନଙ୍କୁ ଉତ୍ସାହିତ କରାଯିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ । ପତିତପାବନ ସଂଘର କାର୍ଯ୍ୟର ଭୂୟସୀ ପ୍ରଶଂସା କରି ଏହାର ଉତ୍ତରେ।ତ୍ତର ଉନ୍ନତି କାମନା କରିଥିଲେ । ପଶ୍ଚିମବଙ୍ଗର ଖଡ଼ଗପୁର ପତିତପାବନ ସଂଘର ସଭାପତି ମାଧବ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ତିନିଦିନ ବ୍ୟାପି ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ନବୀନର ସମ୍ପାଦକ ତଥା ଜାତୀୟ ସାମ୍ବାଦିକ ୟୁନିଅନର ସର୍ବଭାରତୀୟ ରାଷ୍ଟ୍ରୀୟ ସମ୍ପାଦକ ରବି ରଥ ତାଙ୍କ ଭାଷଣରେ ଜୟମଙ୍ଗଳ ରଥ ଯେଉଁ ସଂସ୍କାରଧର୍ମୀ କାର୍ଯ୍ୟ କରିଛନ୍ତି ତାହା ଇତିହାସରେ ଲିପିବଦ୍ଧ ହେ।ଇ ରହିଛି ବେ।ଲି କହିଥିଲେ । ସେଭଳି ଜଣେ ତ୍ୟାଗୀଙ୍କ ପ୍ରତି ଖଡ଼ଗପୁର ପତିତପାବନ ସଂଘ ପକ୍ଷରୁ ଯେଉଁସବୁ ଉତ୍ସର୍ଗୀକୃତ କାର୍ଯ୍ୟ କରିଛନ୍ତି ସେଥିପାଇଁ ସଂଗଠନକୁ ସାଧୁବାଦ ଜଣାଇବା ସହ ଏହାର ଉତ୍ତରେ।ତ୍ତର ଉନ୍ନତି କାମନା କରିଥିଲେ । ସମ୍ମାନିତ ଅତିଥି ଭାବେ ଯେ।ଗ ଦେଇଥିବା ବରିଷ୍ଠ ସାହିତ୍ୟିକ ଡ଼ା.ଚନ୍ଦ୍ରମଣି ସ୍ୱାଇଁ ଜୟମଙ୍ଗଳଙ୍କ ଜୀବନାଦର୍ଶ ସମ୍ପର୍କରେ ଅ।ଲେ।କପାତ କରି ସେ ଜଣେ କଠୋର ବ୍ରାହ୍ମଣ ଥିଲେ ମଧ୍ୟ ସମସ୍ତ ଘାତ ପ୍ରତିଘାତ ସତ୍ତ୍ୱେ ନିଜକୁ ମୁକ୍ତ କରି ଦଳିତ, ହରିଜନ ଓ ନିଷ୍ପେସିତଙ୍କ ଉନ୍ନତି ପାଇଁ ଯେଉଁସବୁ କାର୍ଯ୍ୟ କରି ଯାଇଛନ୍ତି ତାହା ଅବିସ୍ମରଣୀୟ ହେ।ଇ ରହିଛି । ଜୟମଙ୍ଗଳ ରଥଙ୍କ ପୁତ୍ର ଶିବ ସୁନ୍ଦର ରଥ ବ୍ରହ୍ମ ଉପାସନା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କାଉନସିଲର ଜଗଦମ୍ବା ଗୁପ୍ତା, ସଂଗଠନର ସମ୍ପାଦକ ଲଳିତ ମେ।ହନ ଅ।ଚାର୍ଯୀ ସମ୍ପାଦକୀୟ ବିବରଣୀ ପାଠ କରି ଅ।ଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସଂଗଠନର ବରିଷ୍ଠ କର୍ମକର୍ତ୍ତା କମଳ ଲେ।ଚନ ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯେ।ଜନା କରିଥିଲେ । ଏହି ସମାରେ।ହରେ ବିଭିନ୍ନ ଉଲ୍ଲେଖନୀୟ ଅବଦାନ ପାଇଁ ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ, ଗୌରୀ ଶଙ୍କର ଦାଶ, ଶାନ୍ତିଲତା ବେହେରା, ଦେବେନ୍ଦ୍ର ଆଚାର୍ଯ୍ୟ, ଦେବବ୍ରତ ସ୍ୱାଇଁ, କେଶବ ବେହେରା, ଘନଶ୍ୟାମ ବାଙ୍ଗାରୀ, ହରିନାଥ ବାଗ ପ୍ରମୁଖଙ୍କ ସମ୍ମାନିତ କରାଯାଇଥିଲା । ପ୍ରଥମେ ଅନୁଷ୍ଠାନ ଅ।ରମ୍ଭ କରିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷକରି ସ୍ୱର୍ଗତ ଧର୍ମାନନ୍ଦ ଦାଶ, ସ୍ୱର୍ଗତ କାଶିନାଥ ଆଚାର୍ଯ୍ୟଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ସଂସ୍କାର ନାମକ ଏକ ସ୍ମରଣୀକା ଏବଂ ସଂଘ ପକ୍ଷରୁ ଏକ କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଥିଲା । ପ୍ରତ୍ୟହ କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ଲାସିକାଲ ମ୍ୟୁଜିକ, ଡ଼୍ୟାନ୍ସ ଇତ୍ୟାଦି ଅନୁଷ୍ଠିତ ହେ।ଇଥିବା ବେଳେ ସୁଭେନ୍ଦୁ ଆଚାର୍ଯ୍ୟଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ସାମିଲ ହେ।ଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ