ପାଣିରେ ବୁଡି ଜଣେ ୫ ବର୍ଷର ଶିଶୁ ମୃତ

ସମ୍ବଲପୁର (ଯୁଗାବ୍ଦ ନ୍ୟୁଜ ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ବଡପଡାରେ ଏକ ଦୁଖଦ ଘଟଣା ଘଟିଛି । ପାଣିରେ ବୁଡି ଜଣେ ୫ ବର୍ଷର ଶିଶୁ ମୃତ ହୋଇଛି । ମୃ୍ତକ ଶିଶୁଟିର ପରିଚୟ ପିତା ସଞ୍ଜୟ ବାଘଙ୍କର ଏକ ମାତ୍ର ପୁତ୍ର ଆର୍ଯ୍ୟାନ ବାଘ ବୋଲି ଜଣାପଡିଛି । ସୁଚନା ଅନୁଯାୟୀ ବାପା ସହ ପାଞ୍ଚ ବର୍ଷର ଶିଶୁ ନିଜର ମାମୁଁ ଘରକୁ ବୁଲିବାକୁ ଯାଇଥିଲେ । ସାଇଡା ଗ୍ରାମ ମଧ୍ୟରେ ପ୍ରବାହିତ ହେଉଥିବା ଭେଡେନ ନଦୀକୁ ଗାଧେଇବାକୁ ଯାଇଥିଲା । କିନ୍ତୁ ଶିଶୁଟି ନଫେରିବାରୁ ପରିବାର ଲୋକେ ନଦୀରେ ବହୁ ଖୋଜା ଖୋଜି କରିଲା ପରେ ତାକୁ ନଦୀ ଭିତରୁ ଉଦ୍ଦାର କରିଥିଲେ । ଏହା ପରେ ଶିଶୁଟିକୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତକରିଥିଲେ । ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ