ନ୍ୟୁଜିଲାଣ୍ଡ ଆଗରେ ବିଶାଳ ଟାର୍ଗେଟ ରଖିଲା ଚିମ୍ ଇଣ୍ଡିଆ
ହାମିଲଟନ- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୩୪୮ ରନ୍ର ବିଶାଳ ଟାର୍ଗେଟ ଛିଡ଼ା କରିଛି। ଶ୍ରେୟସ ଆୟାରଙ୍କ ଶତକୀୟ ଇନିଂସ(୧୦୩ ରନ), କେ.ଏଲ. ରାହୁଲଙ୍କ ଧୂଆଁଧାର ୮୮ ରନ(୬୪ବଲ) ଏବଂ ଅଧିନାୟକ ବିରାଟ କୋହଲିଙ୍କ ୫୧ ରନ ବଳରେ ଟିମ୍ ଇଣ୍ଡିଆ ଏହି ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଛି। ଇନିଂସ ଓପର କରିଥିବା ଦୁଇ ଓପନର ପୃଥ୍ବୀ ଶ’ ଏବଂ ମ ୟଙ୍କ ଅଗ୍ରୱାଲ ଯଥାକ୍ରମେ ୨୦ ଏବଂ ୩୨ ରନ କରି ଆଉଟ୍ ହୋଇଯାଇଥିଲେ। ଦଳର ସ୍କୋର ୫୦ ରନ୍ ହୋଇଥିବାବେଳେ ପ୍ରଥମେ ପୃଥ୍ବୀ ଶ ଏବଂ ପରେ ପରେ ୫୪ ରନରେ ମୟଙ୍କ ଅଗ୍ରୱାଲ ପ୍ୟାଭିଲିୟନକୁ ଫେରିଯାଇଥିଲା। ଏହା ପରେ କୋହଲି ଏବଂ ଶ୍ରେୟସ ୩ୟ ୱିକେଟ୍ରେ ୧୦୨ ରନ୍ର ପାର୍ଟନରଶିପ୍ କରି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ। ମିଳିଥିବା ସୂଚନାଅନୁସାରେ ନ୍ୟୁଜିଲାଣ୍ଡ ୩୮ ଓଭରରେ ୩ ୱିକେଟ୍ରେ ୨୬୧ ରନ୍ ସଂଗ୍ରହ କରିଛି ।


