ମାଣିତରା ବିଜ୍ଞାନ ଜୁନିୟର କଲେଜରେ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର
ବୁଗୁଡା – ବୁଗୁଡା ବ୍ଲକର ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ଦିନ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା କୌଶଳ ପାଇଁ ୧୨ ଦିନିଆ ତାଲିମ ଶିବିର ଉଦ୍ଘାଟିତ ହୋଇ ଯାଇଛି । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା ଏହି ତାଲିମ ଶିବିରକୁ ଉଦ୍ଘାଟନ କରିଥିଲେ । ଏହି କ।ର୍ଯ୍ୟକ୍ରମରେ ଶିକ୍ଷାବିତ ତଥା ବୁଗୁଡା ପ୍ରେସ କ୍ଲବର ସାଧାରଣ ସମ୍ପାଦକ ଅନିଲ କୁମାର ମହାରଣା ମୁଖ୍ୟ ଅତିଥି , ମାଣିତରା ବନପାଳ ସରସ୍ୱତୀ ନାୟକ ମୁଖ୍ୟ ବକ୍ତା ଏବଂ ଅଧ୍ୟାପକ ସନ୍ତୋଷ କୁମାର ସ୍ବାଇଁ, ଡ଼ଃ ପ୍ରିୟବ୍ରତ ପ୍ରଧାନ, ସନ୍ତୋଷ କୁମାର ଗୌଡ଼ , ମନୋରଞ୍ଜନ ମୁଦୁଲି , କାହ୍ନୁ ଚରଣ ଦାଶ ଓ ନିହାର ରଞ୍ଜନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସଂଯୋଜିକା ଅଧ୍ୟାପିକା ସୁଚିତ୍ରା ପଣ୍ଡା ସ୍ୱାଗତ ଭାଷଣ ସହ କ।ର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ । ମାଷ୍ଟର ଟ୍ରେନେର ଭାବେ ଦିବ୍ୟାନୀ ସାହୁ, ପୂଜାରାଣୀ ପ୍ରଧାନ, ଚାନ୍ଦିନୀ ସାହୁ ଓ ରଚନା ପ୍ରଧାନ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ନେଇ ବିଭିନ୍ନ କୌଶଳ ତାଲିମ ପ୍ରଦାନ କରିବେ । ୧୮ ତାରିଖ ଦିନ ଏହି ତାଲିମ କ।ର୍ଯ୍ୟକ୍ରମ ଉଦ୍ଯାପିତ ହେବ ।


