ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଅଗ୍ରପୂଜ୍ୟଙ୍କୁ ଆବାହନ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ବିଘ୍ନବିନାଶକ ତଥା ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜାକୁ ନେଇ ବେଲଗୁଣ୍ଠା ସହର ଓ ଏହାର ଆଖପାଖ ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ବିଭିନ୍ନ ଶିକ୍ଷାନୁଷ୍ଠାନ, ବେସରକାରୀ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଆକର୍ଷଣୀୟ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ପୂଜା ମଣ୍ଡପଗୁଡ଼ିକରେ ସୁଉଚ୍ଚ ତୋରଣ, ରଙ୍ଗିନ ଆଲୋକମାଳା ଓ ଆକର୍ଷଣୀୟ ସାଜସଜ୍ଜା ଦର୍ଶକଙ୍କୁ ଆକୃଷ୍ଟ କରୁଛି।ସହରର କଳିଙ୍ଗ ବୈଶ୍ୟ ଉଭୟ ଯୁବକ ସଂଘ, ଗୋଲା ସାହି, ରେଡ଼ି ସାହିର ମା’ ଝିକର ଦେବୀ ଯୁବ ଗୋଷ୍ଠୀ, କେଉଟ ସାହି, କୋଳି ସାହିର ଏମ୍‌ବିଡି କ୍ଲବ୍‌, ଗୋପୀନାଥ ସାହିର ଦି ରୟାଲ ଗ୍ୟାଙ୍ଗ, ଜଗନ୍ନାଥପ୍ରସାଦ ରୋଡ୍‌ର ବିଘ୍ନେଶ ୟୁଥ୍‌ କ୍ଲବ୍‌, ଆଳିଆ ସାହି, ଶୁଣ୍ଡି ସାହି ,ଚଷା ସାହି, ଲକ୍ଷ୍ମୀ ବଜାର ଓ ତୁଳସୀ ନଗରରେ ମଧ୍ୟ ଗଣେଶ ପୂଜାକୁ ନେଇ ଉତ୍ସାହ ପରିଲକ୍ଷିତ ହୋଇଛି। ସେହିପରି ‘ଅନ୍‌ଷ୍ଟପେବଲ ବୟେସ୍‌–୨୦୨୨’, ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର, ସାର୍ପ ଏଜୁକେସନ୍‌, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ସରସ୍ବତୀ ଶିଶୁ ବିଦ୍ୟା ଭବନ, କଂସାରି ସାହିର ବ୍ରାଇଟ୍‌ ଏଜୁକେସନ୍‌ କୋଚିଂ ସେଣ୍ଟର ଓ ମଙ୍ଗଳପୁର ସ୍ବାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ମଧ୍ୟ ଶ୍ରଦ୍ଧା ଓ ଭକ୍ତିର ସହ ଗଣେଶ ପୂଜା ପାଳନ କରାଯାଉଛି। ନେଟ୍ଟେଙ୍ଗା ନିକଟସ୍ଥ ରତନପୁର ଓ ଗୋବରା-ବାସୁଦେବପୁର ଅଞ୍ଚଳରେ ମଧ୍ୟ ପୂଜା ପାଇଁ ପ୍ରସ୍ତୁତି ଓ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।ବିଭିନ୍ନ ପୂଜା ମଣ୍ଡପରେ ୧୦୮ ଆଳତି, ଭଜନ ସମାରୋହ ଓ ପ୍ରସାଦ ସେବନର ଆୟୋଜନ କରାଯାଇଛି। ସନ୍ଧ୍ୟା ସମୟରେ ଆଲୋକମାଳାରେ ସଜ୍ଜିତ ମଣ୍ଡପଗୁଡ଼ିକରେ ଭକ୍ତ ଓ ଦର୍ଶକଙ୍କ ଭିଡ଼ ଜମୁଛି। ଯୁବକମାନଙ୍କ ଉଦ୍ୟମରେ ପୂଜା ଆୟୋଜନ ସହରରେ ଭାଇଚାରା ଓ ସାମାଜିକ ଏକତାର ବାର୍ତ୍ତା ଦେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ