ସବୁଠିଁ ପୂଜା ପାଇଲେ ଅଗ୍ରପୂଜ୍ୟ ଶ୍ରୀ ଗଜାନନ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଆଜି ଥିଲା ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ବା ଗଣେଶ ଚତୁର୍ଥୀ। ପୁରୀ ଜିଲ୍ଲା ର ଚାରିଛକ,ନୟାହାଟ, ନିମାପଡ଼ା ଅଞ୍ଚଳ ରେ ବିଭିନ୍ନ ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ ଛକ ବଜାର , ଗାଁ ର କୋଠଘର ଠାରେ ସୁସଜ୍ଜିତ ମଣ୍ଡପ ରେ ବିଘ୍ନରାଜ ଆଦ୍ୟ ପୂଜ୍ୟ ପ୍ରଭୁ ଶ୍ରୀ ଗଜାନନ ପୂଜା ପାଇଥିଲେ। ବିଭିନ୍ନ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନେ ଶ୍ରୀ ଗଣେଶ ଙ୍କୁ ଫୁଲ, ଫଳ ମୂଳ ଭୋଗ ଲାଗି କରି ନିଜ ନିଜ ର ଖଡ଼ି,କଲମ ପୂଜା କରିଥିଲେ। କିଛି ଛାତ୍ର ଛାତ୍ରୀ ଭଲ ବିଦ୍ୟା ପାଇବାକୁ ଶ୍ରୀ ଗଣେଶ ଙ୍କ ନିକଟରେ ନଡ଼ିଆ ଭାଙ୍ଗି ମାନସିକ ରଖିଥିଲେ। ସେହିପରି ବିଭିନ୍ନ ବଜାର କମିଟି ଓ ଯୁବକ ସଂଘ ପକ୍ଷରୁ ଶୋଭାଯାତ୍ରାରେ ପାଣି ତୋଳା କାର୍ଯ୍ୟ କରିବା ପରେ ସୁ ସଜ୍ଜିତ ମଣ୍ଡପ ରେ ଶ୍ରୀ ଗଜାନନ ଙ୍କୁ ପୂଜା କରା ଯାଇଥିଲା। ପୂଜା ମଣ୍ଡପ ସମ୍ମୂଖ ରେ ସୁନ୍ଦର କାରୁ କାର୍ଯ୍ୟ ପୂର୍ଣ୍ଣ ତୋରଣ କରା ଯାଇଥିବା ବେଳେ ମଣ୍ଡପ ଗୁଡ଼ିକୁ ସୁନ୍ଦର ରଙ୍ଗୀନ ଆଲୋକମାଳା ରେ ସଜ୍ଜିତ କରାଯାଇଛି। ଶ୍ରୀ ଗଣେଶ ପୂଜା ପାଇଁ ପୁର ଠାରୁ ପଲ୍ଲୀ ଉତ୍ସବ ମୁଖର ହୋଇ ପଡ଼ିଛି। ପୂଜା ମଣ୍ଡପ ସମ୍ମୁଖ ରେ ପାଲା, ଭଜନ ସମାରୋହ, ଡ୍ୟାନ୍ସ ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି।


