ସରିଲା କ୍ୟାବିନେଟ୍ ବୈଠକ,ଅନେକ ପ୍ରସ୍ତାବକୁ ମିଳିଲା ମଞ୍ଜୁରି

ଭୁବନେଶ୍ବର:- ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ଜ୍ଝ ଓଡ଼ିଶା ସିଭିଲ ସର୍ଭିସ ରୁଲ୍ରେ ସଂଶୋଧନ ହେବା ସହ ଓଡ଼ିଶା ରିହାବିଲିଟେସନ ରୁଲ ଆସିବା ନେଇ ବୈଠକରେ ଅନୁମୋଦନ ହୋଇଛି। ଏଣିକି ବିଭିନ୍ନ ଗ୍ରୁପ୍ର କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ଗ୍ରୁପ୍ ଡି ପଦବୀରେ ମିଳିବ ଚାକିରି। ଯେକୌଣସି ଅଫିସରଙ୍କ ମୃତ୍ୟୁ ହେଲେବି ତାଙ୍କ ପରିବାର ସଦସ୍ୟଙ୍କୁ ଗ୍ରୁପ୍ ଡି ଅନୁସାରେ ନିଯୁକ୍ତି ମିଳିବ। ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପର ୨ଟି ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ସୁନ୍ଦରଗଡ଼ ଜିଲ୍ଲାର ୨ଟି ପ୍ରକଳ୍ପ ପାଇଁ ୩୪୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେହିପରି କୁଅଁରମୁଣ୍ଡା ବ୍ଲକ ପାଇଁ ହେବାକୁ ଥିବା ପ୍ରକଳ୍ପ ପାଇଁ ୩୪୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ଦ୍ୱାରା ୨ଲକ୍ଷ ଲୋକ ଉପକୃତ ହେବେ। ବିଧାନସଭା ତୃତୀୟ ଅଧିବେଶନକୁ ମଧ୍ୟ ମଞ୍ଜୁରୀ ମିଳିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ