ରାସ୍ତାରେ ଭାଙ୍ଗିପଡ଼ିଲା ଗଛ ଅଳ୍ପକେ ବଞ୍ଚିଲେ ବାଇକ୍ ଚାଳକ

ଗୋପ (ଯୁଗାବ୍ଦ ନ୍ୟୁଜ୍‍): ଗୋପ-କୋଣାର୍କ ରାଜରାସ୍ତାର ଜଳସଂପଦ ବିଭାଗ ବଙ୍ଗଳା ନିକଟରେ ଏକ ପୁରୁଣା ଅଶ୍ୱତଥ ଗଛ ଶନିବାର ହଠାତ୍ ଏକ ପବନ ଝଲକାରେ ଭାଙ୍ଗିପଡିବା ଦ୍ୱାରା ରାଜରାସ୍ତା ଅବରୋଧ ହୋଇଯାଇଥିଲା । ଏହି ସମୟରେ ବାଇକ୍ରେ ଦୁଇ ଜଣ ଚାଳକ ଯାଉଥିବା ବେଳେ ଅଳ୍ପକେ ବଞ୍ଚି ଯାଇଛନ୍ତି । ଗଛ ଭାଙ୍ଗିପଡିବା ଦ୍ୱାରା ବିଦ୍ୟୁତ ସରାବରାହ ବନ୍ଦ ହେବା ସହିତ ବିଦ୍ୟୁତ ଖୁଣ୍ଟରୁ ନିଆଁ ବାହାରିଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଛକୁ କାଟି ବାହାର କରିବା ଫଳରେ ରାସ୍ତାରେ ଗାଡି ଚଳାଚଳା ସ୍ୱଭାବିକ୍ ହୋଇଥିଲା । ସୂଚନା ଥାଉକି ଏହି ରାସ୍ତା ପାଶ୍ୱର୍ରେ ଅନେକ ପୁରୁଣା ଗଛର ଶାଖାଗୁଡିକ ଶୁଖି ଓହଳି ରହିଥିବା ବେଳେ ପୂର୍ତ୍ତ ବିଭାଗକୁ ଅଭିଯୋଗ ଦେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ତୁରନ୍ତ ଉକ୍ତ ସ୍ଥାନରେ ଥିବା ଚାକୁଣ୍ଡା ଗଛର ଶୁଖିଲା ଶାଖାଗୁଡିକ କାଟିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ