ବିକାଶର ବହୁ ଦୂରରେ ମେରିକୋଟ ପଞ୍ଚାୟତ ର ୧୫ ଗ୍ରାମ
ସୋରଡା-(ଯୁଗାବ୍ଦ ନ୍ୟୁଜ)ଗଞ୍ଜାମ ଜିଲ୍ଲା ରେ ସୋରଡା ବ୍ଲକ ଟି ଅଧିକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏଠାରେ ବିକାଶ ର ଦୃଶ୍ୟପଟ ଯେ ଭିନ୍ନ ତାହା ବିଶ୍ବାସ କରିବା କଷ୍ଟ। ବିକାଶ ତ ଦୂର ର କଥା ଏଠି ଲୋକେ ବିକାଶ ର ସପନ ବି ଦେଖିବା ପାଇଁ ନାରାଜ। ନେତା ଙ୍କ ପ୍ରତିଶ୍ରୁତି ଏଠି ସବୁ ପାଣି ର ଗାର। ବିକାଶ ଏଠି ଫଳକରେ ସୀମିତ। ୨୦୧୬ ରେ ଏହି ଗ୍ରାମ କୁ ଖଣ୍ଡେ ରାସ୍ତା ପାଇଁ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଏଠାକୁ ଗସ୍ତ କରି କୁମ୍ଭାରଝୋଳି ନଦୀ କୁ ଏକ ସେତୁ ନିର୍ମାଣ ପାଇଁ ଶୁଭଦେବା ସହ ଫଳକ ନିର୍ମାଣ ସରିଥିଲା। ଫଳକରେ ବିଧାୟକ ସମେତ ପଞ୍ଚାୟତତ ସମିତି ଅଧ୍ୟକ୍ଷା ସାଇବାଣୀ ମଲ୍ଲିକ, ମେରିକୋଟ ସରପଞ୍ଚ ବଣିଆ ଦଳବେହେରା, ସମିତିସଭ୍ୟ ଅଶ୍ଵିନୀ କୁମାର ଗୌଡ ଙ୍କ ନାମ ଫଳକରେ ଲେଖା ଭି ଅଛି। ଭୀତି ପ୍ରସ୍ତର ସ୍ଥାପନ କରିବାର ଦୁଇ ବର୍ଷ ବିତିଲାଣି ତଥାପି କାର୍ୟ୍ୟ ସୂନ। ଗାଁକୁ ଜୀବ ପାଇଁ ଖଣ୍ଡିଏ ରାସ୍ତା ରା ଯେଉଁ ସପନ ଆଜି ବି ତାହା ଅଧୁରା। ଏପଟେ ନିର୍ବାଚନ ଆସିଲେ କାହିଁ କେତେ ଦିବା ସପନ। ଆପଣ ମାନେ ଖୁସି ଟ ଯାଇଦ ଏହି ଗୋଟେ କଥା ରେ ସବୁ ଖୁସି ଥାନ୍ତା ବୋଲେ ଏଠି ରାସ୍ତା ରା ବୋଧେ ଆବଶ୍ୟକ ନଥାନ୍ତା।ତଥାପି ନିଜ ପ୍ରିୟ ନେତା ର ମୁହଁ ରୁ ଏପରି ଶୁଣି ଲୋକେ ବି ଖୁସ। ଏହିପରି ଏକ ଅଧୁରା ଅସଜଡା ସପନ ର ପୂରଣ ପାଇଁ ଆସା ବାନ୍ଧି ବସିଛନ୍ତି ଗଞ୍ଜାମ ଜିଲ୍ଲା ମେରିକୋଟେ ପଞ୍ଚାୟତ ରା କୁମ୍ଭାରଝୋଲି ଗ୍ରାମବାସୀ। ସୋରଡା ବ୍ଲକ ରା ମେରିକୋଟ ପଞ୍ଚାୟତ ର କୁମ୍ଭାରଝୋଲି ନଦୀ ଆରପଟ ରେ ବାସକରନ୍ତି ୧୫ ଖଣ୍ଡ ଗ୍ରାମ। ଶାନ୍ତି ନଗର, ଦଳପତି ନଗର, ମଝି ଗାଁ, ଆନନ୍ଦପୁର, ବାଣପୁର, ଉସ୍ତପଦା, ମଇଁଷି ଖତ, ସଳନ୍ଧି ପଦର, ଅଭୟଗଡ, ଏହି ଗ୍ରାମ ଗୁଡିକର ପ୍ରାୟ ତିନି ହଜାର ଲୋକ ବାସକରନ୍ତି। ଏହି ଗ୍ରାମ ଗୁଡିକୁ ଯିବା ପାଇଁ ମୁଖ୍ୟ ବାଧକ ସାଜିଛି କୁମ୍ଭାରଝୋଲି ନଦୀ। ଖରା ଚାରିମାସ ଛାଡିଦେଲେ ଅନ୍ୟସବୁ ଦିନେ ଏଥିରେ ପାଣି ଭର୍ତି ହେଇଯାଏ। ତେଣୁ ଜୀବ ଆସିବା ସମ୍ଭବ ନୁହେ। ତେଣୁ ଖଣ୍ଡେ ରାସ୍ତା ପାଇଁ ଏହି ୧୫ ଖଣ୍ଡ ଗ୍ରାମ ଯୋଗାଯୋଗ ରୁ ପୁରା ବାହାରେ। ଏପରିକି ରାସ୍ତାଖଣ୍ଡେ ନଥିବାରୁ ୩୦୦୦ ରୁ ଉର୍ଦ୍ଧ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି। ଗ୍ରାମ ଗୁଡିକ ପଞ୍ଚାୟତ ଠାରୁ ୫ କିଲୋମିଟର ଦୂର ହେଇଥିବା ବେଳେ ସୋରଡା ଠାରୁ ୩୦ କିଲୋମିଟର। ପ୍ରତିଦିନ ଗ୍ରାମବାସୀଙ୍କୁ ଜାଙ୍ଗଲ ମଧ୍ୟରେ ଅଙ୍କାବଙ୍କା ରାସ୍ତା ଦେଇ ୫ କିଲୋମିଟର ଚଳିବାକୁ ପଡେ। ଗ୍ରାମ ର କୌଣସି ଗର୍ଭବତୀ ମହିଳା ଙ୍କ ପାଇଁ ୧୦୨ ଏମ୍ବୁଲେନ୍ସ ହଉ କି ୧୦୮ ଗୋଟିଏ ବି ଗାଡି ପହଞ୍ଚିବା ସମ୍ଭବ ନୁହେ। ଫଳରେ ଅନେକ ସମୟରେ ଲଇ ଖଟ ର ସହାୟ ନିଆଯାଏ। ୫ କିଲୋମିଟର ଜଙ୍ଗଲ ମଧ୍ୟରେ ଚାଲି ଚାଲି ଆସି ମେରିକୋଟ ରେ ପହଞ୍ଚିଲା ପରେ ପୁଣି ବସ କିମ୍ବା ଟେମ୍ପୁ ମିଳିଲେ ଡାକ୍ତର ଖାନା କୁ ଆସିବାକୁ ପଡେ। ଯାତ୍ରୀ ବାହୀ ବସ ପୁଣି ଦିନକୁ ଦୁଇଟା। ମେଡିକାଲ ଯାଇ ଘରକୁ ଫେରିଲା ବେଳେ ରାତି ୧୦ ବାଜି ଯାଏ।ଜଙ୍ଗଲ ରାସ୍ତା ଦେଇ ଘରକୁ ଗଲା ବେଳେ ରାତି ରେ ପୁଣି ହିଂସ୍ର ଜନ୍ତୁ ଙ୍କ ଭୟ ଥାଏ।ଗ୍ରାମ ବାସୀ କିଛି ରାଶାନ କାର୍ଡ ପାଇଛନ୍ତି ଓ ଆବାସ ଯୋଜନା ରେ ମଧ୍ୟ ରେ ଅଛନ୍ତି। ଜଙ୍ଗଲ ଜମି ରେ ଗ୍ରାମ ବାସୀ ଚାଷ ଧାନ ମାଣ୍ଡିଆ,କାନ୍ଦୁଲ,ମକା ଝୁଡୁଙ୍ଗ ଆଦାଯ ମଧ୍ୟ କରନ୍ତି। କିନ୍ତୁ ରାସ୍ତା ଖଣ୍ଡେ ନଥିବା ରୁ ସବୁ ଫସଲ ଗୁଡାକ ସାଗମାଛ ଦରରେ ବିକୁଛନ୍ତି। ତେଣୁ ଅଧିକ ଲାଭ ମଧ୍ୟ ସୂନ। ଗ୍ରାମ ରା ମହିଳା ମାନେ ଖଲି ପାତ୍ର ସିଲାଇ ବଞ୍ଚନ୍ତି। ତାହା ପୁଣି ୮୦ ଖଲି କୁ ମାତ୍ର ୨୦ ରୁ ୩୦ ଟଙ୍କା। ଗ୍ରାମ ବାସୀ ଙ୍କ ଭରସା ସେହି ନଦୀ ଖଣ୍ଡିକ। ନଦୀ ରେ ସେତୁ ଖଣ୍ଡେ ହେଇଗଲେ ଗ୍ରାମ ବାସୀ ଙ୍କ ଅନେକ ଅସୁବିଧା ଦୂରହେଇଯିବା। ଗ୍ରାମରେ ବିଦ୍ୟାଳୟ ଓ ଅଙ୍ଗନବାଡି ଅଛି ସତ ମାତ୍ର ରାସ୍ତା ନଥିବା ରୁ କେହି ଶିକ୍ଷକ ଯାଇ ପାରୁନାହାନ୍ତି। ଛତୁଆ ଅଣ୍ଡା ମାସକୁ ଥରେ କିମ୍ବା ଦୁଇଥର ମିଳେ। ଅଧିକାଂଶ ଗର୍ଭବତୀ ମହିଳା ଚିକିଛା ଅଭାବରୁ ମୃତୁ ବରଣ କରନ୍ତି। ଗ୍ରାମ ର ଅଧିକାଂଶ ବୁଢାବୁଢି ଭତା ରୁ ବଞ୍ଚିତ ଅଟନ୍ତି। ପଞ୍ଚାୟତ ଅଫିସ ରେ ପଚାରିଲେ ବାବୁ ମାନେ ୭୦ ବର୍ଷ ର ବୁଢାବୁଢୀ ଙ୍କୁ ବୟସ ହୋଇନି ବୋଲି କହି ଫାଙ୍କିଦେଉଛନ୍ତି। ଆଜି ଯାଏଁ ପ୍ରଶାସନିକ ଅଧିକାରୀଙ୍କ ଆଶ୍ଵାସନା ମିଳିଛି ଓ ନେତା ଙ୍କ ଦିବା ସପନ ଭରସା ରେ ଅଛନ୍ତି ଏହି ପଞ୍ଚୟାତ ଅନ୍ତର୍ଗତ ପ୍ରାୟ ୧୫ ଗ୍ରାମ ରା ୩୦୦୦ ଗ୍ରାମବାସୀ। ନଦୀ ଉପରେ ସେତୁ ଟିଏ ହେଲେ ଗ୍ରାମ ବାସୀଙ୍କ ମୁଖ୍ୟ ସମସ୍ୟା ଦୂର ହେବ। ତେଣୁ ରାଜ୍ୟସରକାର ଏଥିପ୍ରତି ଦ୍ରୁଷ୍ଟି ଦେଇ ସେତୁ ଟିଏ ନିର୍ମାଣ କରି ଗ୍ରାମବାସୀଙ୍କୁ ମୌଳିକ ସୁବିଧା ପ୍ରଦାନ କ୍ଷେତ୍ର ରେ ସହାୟ ହେବ ପାଇଁ ଗ୍ରାମ ବାସୀ ଙ୍କ ନିବେଦନ।