ଆନ୍ତର୍ଜାତୀୟ ନୃତ୍ୟ ଦିବସ ଅବସରରେ ନୃତ୍ୟ ସମ୍ବନ୍ଧୀୟ ଆଲୋଚନା ଚକ୍ର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଆନ୍ତର୍ଜାତୀୟ ନୃତ୍ୟ ଦିବସ ଅବସରରେ ସ୍ଥାନୀୟ ଲିଟିଲ ଡାଇମଣ୍ଡ ଡେନ୍ସ ଷ୍ଟୁଡିଓ ଠାରେ ନୃତ୍ୟ ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ନୃତ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଓଡିଶୀ ଗୁରୁ ମଧୁସ୍ମିତା ପଟ୍ଟନାୟକ, ଆଧୁନିକ ନୃତ୍ୟ ଗୁରୁ ଅପନା ମହାରଣା, ଲୋକନୃତ୍ୟ ଗୁରୁ ପବିତ୍ର ମୋହନ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଗଞ୍ଜାମ ଜିଲ୍ଲା ସହ ଗ୍ରାମାଞଅଚଳରେ ଲୋକନୃତ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ନୃତ୍ୟକଳାକୁ କିପରି ବଞ୍ଚି ରହିବ ଏବଂ ସେଥିପ୍ରତି ଯୁବପିଢି କିପରି ଉତ୍ସାହ ପ୍ରକାଶ କରିବେ ତାହା ଉପରେ ଅତିଥିମାନେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୌମ୍ୟରଞ୍ଜନ ନାୟକ, ଏମ୍.ରବୀନ୍ଦ୍ର ରେଡ୍ଡି, ଜୀବନ କୁମାର ମହାରଣା, ସମୀର କୁମାର ବେହେରା, ପୂଣ୍ଣଞ୍ଜୟ ଜେନା, ସନ୍ଦୀପ ଦାଶ ପ୍ରମୁଖ ଆଲୋଚନା ଚକ୍ର ପରିଚାଳନାରେ ସହଯୋ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ