ହାଟଡିହିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ କାର୍ଯ୍ୟାଳୟରେ ଠାରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ଅଭିଯୋଗକାରୀଙ୍କ ଠାରୁ ଅଧିକାରୀଙ୍କ ସଂଖ୍ୟା ଅଧିକା ଥିବା ଦେଖିବାକୁ ମିଳିଥିଲା । ଅଭିଯୋଗ ଶୁଣାଣୀରେ ହେଉଥିବା ଅଭିଯୋଗ ଗୁଡିକର କୌଣସି ସୁଫଳ ମିଳୁ ନଥିବାରୁ ଲୋକମାନେ ଆଉ ଅଭିଯୋଗ କରିବାକୁ ଆସୁନଥିବା କିଛି ଲୋକ କହୁଥିବା ଶୁଣିବାକୁ ମିଳିଥିଲା । ବାଲିବରେଇ ଗ୍ରାମର ଜଣେ ବ୍ୟକ୍ତି ଦୁଇ ଦୁଇଥର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀକୁ ଆସି ନିଜ ସମସ୍ୟା ବାବଦରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି । ସେହିପରି ଆମ୍ବୋ, ବାଙ୍ଗୋର, ଶାଳଣିଆଁ ପ୍ରଭୃତି ଗ୍ରାମର ଆସିଥିବା କିଛି ଅଭିଯାଗ କାରୀ କହିଛନ୍ତି ଯେ ବାରମ୍ବାର ସେମାନେ ଅଭିଯୋଗ କରୁଛନ୍ତି କିନ୍ତୁ ବାସ୍ତବରେ କିଛି ସୁଫଳ ମିଳୁନାହିଁ । ସେହିପରି ଅନେକ ଲୋକ ଅଞ୍ଚଳର ସାମୁହିକ ସମସ୍ୟା ସମ୍ପର୍କରେ ଜଣାଉଥିଲେ ମଧ୍ୟ କୌଣସି ସମାଧାନର କରାଯାଉ ନଥିବା କହିଛନ୍ତି । ଏଥିପାଇଁ ଅଭିଯୋଗ କାରୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବା ଜାଣିବାକୁ ମିଳିଛି । ଆଜି ଏହି ଶିବିରରେ ମାତ୍ର ୮୧ଜଣ ଲୋକ ସେମାନଙ୍କ ସମସ୍ୟା ନେଇ ଅଭିଯୋଗ କରିଛନ୍ତି । ସେଥିମଧ୍ୟରୁ କେବଳ ଭତ୍ତା, ରାସନକାର୍ଡ ଓ ଆବାସ ଯୋଜନା ଘର ପାଇଁ ଅଧିକ ଲୋକ ଅଭିଯୋଗ କରିଥିବା ଜଣାଯାଇଛି । ଆଜିର ଏହି ଶିବିରରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ପିଡି ଉଦ୍ଧବ ଚରଣ ମାଝୀ, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ବାରିକ, ଏସ.ଡି.ପି.ଓ ବିଦ୍ୟୁତ ପଣ୍ଡା, ତହସିଲଦାର ଗାୟତ୍ରୀ ସୋରେନ, ବିଡିଓ ଜୟଦେବ ଦାସଙ୍କ ସହିତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଅଶୋକ ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର, ପୁର୍ତ୍ତ ବିଭାଗର ସହକାରୀଯନ୍ତ୍ରୀ ସମିର ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀଯନ୍ତ୍ରୀ ଆଲୋକ ରଞ୍ଜନ ମହାନ୍ତି , ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ଲେଙ୍କା, ଜିଲ୍ଲା ଯୋଗାଣ ଅଧିକାରୀ ଗଣେଶ୍ୱର ଚୌଧୁରୀ, ଉପଖଣ୍ଡ ଯୋଗାଣ ଅଧିକାରୀ ବୁଦ୍ଧଦେବ ଜେନାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ଉପଖଣ୍ଡ ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ବ୍ଲକର ସହକାରୀଯନ୍ତ୍ରୀ, ପିଇଓ ଏବଂ ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ