ହାଇୱା ପଛରେ ପିଟିଲା ଆଇଚର, ଚାଳକ ଗୁରୁତର

ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ଭଦ୍ରକ ୫୩ନଂ ରାଜ୍ୟ ରାଜପଥର ଅଣା କେନାଲ ଛକ ନିକଟରେ ଶନିବାର ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। ରାସ୍ତାରେ ଯାଉଥିବା ଏକ ହାଇୱା ପଛରେ ଏକ ଆଇଚର ଟ୍ରକ ଧକ୍କା କରିବାରୁ ଆଇଚର ଟ୍ରକର ଚାଳକ ଗୁରୁତର ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ରାତି ପର୍ଯ୍ୟନ୍ତ ଦୁର୍ଘଟଣା ଗ୍ରସ୍ତ ଆଇଚର ଟ୍ରକଟି ରାସ୍ତା ଉପରେ ଠିଆ ହୋଇ ରହିଥିବାରୁ ଅଧିକ ଦୁର୍ଘଟଣା ଘଟିବା ଆଶଙ୍କା ଦେଖା ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ