ବାହାରିପୁର ହାଇସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସ୍ଥିତ ବୈଷ୍ଣବ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ, ବାହାରିପୁରକୁ ୨୦୨୬ ମସିହା ପାଇଁ  ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନଜନକ ‘ପ୍ରକୃତିମିତ୍ର’ ପୁରସ୍କାର ପ୍ରଦାନ କରାଯାଇଛି | ବଡ଼ବିଲ ସୀତାରାମ ରୁଙ୍ଗଟା ମୁନିସପାଲିଟି ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଡିଏଫଓ ଧନରାଜ ଏଚଡି ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସାଂସଦ ଅନନ୍ତ ନାୟକଙ୍କ ଠାରୁ ବିଦ୍ୟାଳୟର ଇକୋ କ୍ଲବ ଶିକ୍ଷକ ବାଦଲ କୁମାର ଜେନା ବିଦ୍ୟାଳୟର ମାନପତ୍ର ଓ ପୁରସ୍କାର ରାଶି ଗ୍ରହଣ କରିଥିଲେ | ପ୍ରଧାନଶିକ୍ଷକ ଜୟକୃଷ୍ଣ ମିଶ୍ର ବିଦ୍ୟାଳୟର ଏହି ସଫଳତାର ଶ୍ରେୟ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ, ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଦାନ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ