ସାମ୍ବାଦିକ ସତ୍ୟନାରାୟଣ ଚୌଧୁରୀଙ୍କ ବିୟୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ଚୌଧୁରୀଙ୍କର ବିୟୋଗ ଗତକାଲି ହୋଇଛି । ସେ ଦିର୍ଘ ବର୍ଷ ଧରି ସମ୍ବାଦରେ ଗଜପତି ଜିଲ୍ଲାର କାଶୀନଗର ବ୍ଲକ ପାଇଁ କାର୍ଯ୍ୟ କରିବା ସହ ଖବରଦାତା ହିସାବରେ ବେଶ ଲୋକପ୍ରିୟ ଥିଲେ । ତାଙ୍କର ନିର୍ଭିକ ଖବର ପରିବେଷଣ ଏବଂ ଦୁଃସାହାସିକ ଖବର ସଂଗ୍ରହ ଯୋଗୁଁ ସେ ସ୍ଥାନୀୟ ଅଞ୍ଚଳର ବହୁ ସମସ୍ୟା ସମାଧାନ କରିବାରେ ସକ୍ଷମ ହୋଇ ପାରିଥିଲା । ତାଙ୍କର ମୃତ୍ୟୁ ଗଜପତି ଜିଲା ଏବଂ କାଶୀନଗର ବ୍ଲକର ସାମ୍ବାଦିକତା କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ବିଭିନ୍ନ ମହଲରେ କୁହାଯାଇଛି । ସେ ମିଟୁ ଭାଇଭାବେ ବେଶ ପରିଚିତ । କାଶୀନଗର ବ୍ଲକର ଜଣେ ଆଗଧାଡିର ଖବରଦାତା ଭାବେ ଜଣାଶୁଣା ଥିଲେ । ତାଙ୍କ ମୃତ୍ୟୁର ଖବରପାଇ ଏନ୍.ୟୁ.ଜେ. ଗଜପତି ଶାଖା ପକ୍ଷରୁ ସଭାପତି ଗରୁଡଧ୍ୱଜ ଚୌଧୁରୀ, ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ଗଣେଶ ରାଜୁ, ଶିଶିର କୁମାର ଗୌଡ, ରଶ୍ମିରଂଜନ ମିଶ୍ର, ସରୋଜ କୁମାର ପାଣିଗ୍ରାହୀ, କୃଷ୍ଣକୁମାର ବେହେରା, ଜଗଦୀଶ ପଣ୍ଡା, ବାଳକୃଷ୍ଣ ପାଣିଗ୍ରାହୀ, ପ୍ରଭାତ ପାତ୍ର, ଲୋକନାଥ ପଣ୍ଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।


