ମାଟ୍ରିକ ପରୀକ୍ଷା ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯାଜପୁର,(ଯୁଗାବ୍ଦ ନ୍ୟୁଜ୍‌): ମାଟ୍ରିକ ପରୀକ୍ଷା ଜଣେ ବିଦ୍ୟାର୍ଥୀ ପାଇଁ ଗୁରୁତ୍ୱପୂର୍ଣ୍ଣ ମହତ୍ତ୍ୱ ରଖେ । କିନ୍ତୁ ତାହାକୁ କିପରି ଚାପମୁକ୍ତ କରି ପରୀକ୍ଷାକୁ ଏକ ପର୍ବ ବା ଉତ୍ସବ ଭାବେ ପରିଗଣିତ କରାଯାଇପାରିବ ସେଥିପ୍ରତି ପ୍ରତ୍ୟେକ ଶିକ୍ଷକ, ଅଭିଭାବକ ଓ ଚ୍ଥାତ୍ର ଚ୍ଥାତ୍ରୀ ଉଦ୍ୟମ କରିବାକୁ ଜିଲ୍ଳ୍‌ା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ ଅନୁରୋଧ କରିଚ୍ଥନ୍ତି । ବୁଧବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଜିଲ୍ଳ୍‌ା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଚଳିତ ବର୍ଷର ବାର୍ଷିକ ହାଇସ୍କୁଲ ସାର୍ଟିପିଂକେଟ ବା ମାଟ୍ରିକ ପରୀକ୍ଷା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିପିଂକେଟ ପରୀକ୍ଷା ଓ ମଧ୍ୟମା ପରୀକ୍ଷାର କେନ୍ଦ୍ର ପରିଚାଳକ, ନୋଡାଲ କେନ୍ଦ୍ର ପରିଚାଳକ, କେନ୍ଦ୍ର ତତ୍ତ୍ୱାବଧାରକ ଏବଂ ବଣ୍ଟନ ଅଧିକାରୀଙ୍କ ପାଇଁ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଶିକ୍ଷା ଅଧିକାରୀ ଶ୍ରୀ ନାୟକ ଚଳିତ ପରୀକ୍ଷାକୁ ଶୃଙ୍ଖଳାର ସହ ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପରୀକ୍ଷାକୁ ପରିଚାଳନା ପାଇଁ ସରକାର ଏକ ମାନଦଣ୍ଡ ବା ପ୍ରୋଟୋକଲ ଧାର୍ଯ୍ୟ କରିଚ୍ଥନ୍ତି । ଏହାକୁ ପର୍ଯ୍ୟାୟ ଅନୁସାରେ ପାଳନ କରିବା ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ । କୈାଣସି ପରିସ୍ଥିତିରେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ବା ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ୍ସଡିଭାଇସ ପ୍ରବେଶକୁ ସଂପୂର୍ଣ୍ଣ ନିଷେଧ କରାଯାଇଚ୍ଥି । ସମସ୍ତ ପରୀକ୍ଷାର୍ଥୀଙ୍କୁ ଉପଯୁକ୍ତ ଭାବେ ଯାଞ୍ଚ କରାଯାଇ ଆଡମିଟ କାର୍ଡ, ପେନ୍ ଇତ୍ୟାଦି ପରୀକ୍ଷା ଉପଯୋଗୀ ଜିନିଷ ବ୍ୟତୀତ ଅନ୍ୟ କୈାଣସି ପଦାର୍ଥ ପରୀକ୍ଷା କେନ୍ଦ୍ରକୁ ଚ୍ଥଡାଯିବ ନାହିଁ । କୈାଣସି କେନ୍ଦ୍ରରେ ଯେପରି କୈାଣସି ଅନିୟମିତତା ନ ହୁଏ ସେଥିପ୍ରତି କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟ ଉତ୍ତରଦାୟୀ ରହିବେ । ପରୀକ୍ଷାର୍ଥୀଙ୍କୁ ମଧୁର ବ୍ୟବହାର ଓ ଚାପମୁକ୍ତ ଭାବେ ପରୀକ୍ଷା ଦେବାକୁ ଉତ୍ସାହିତ କରିବେ । ନିର୍ଦ୍ଧାରିତ ସମୟରେ ନୋଡାଲ ସେଣ୍ଟରରୁ ପ୍ରଶ୍ନ ନେବା, ସଠିକ ସମୟରେ ପରୀକ୍ଷା କରିବା, ପ୍ରଶ୍ନ ପତ୍ର ଖୋଲିବା ଇତ୍ୟାଦିକୁ ଟିକିନିଖି ଭାବେ ପରରିଚାଳନା କରିବାକୁ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ । ସମଗ୍ର ଶିକ୍ଷାର ଜିଲ୍ଳ୍‌ା ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୂତାର ପରୀକ୍ଷା ଶୈଳୀରେ ସମୟକୁ ସମୟ ଅନେକ ପରିବର୍ତ୍ତନ ଘଟିଚ୍ଥି । ବର୍ତ୍ତମାନ ଦଣ୍ଡମୁକ୍ତ ଅଞ୍ଚଳ ସହ ଚ୍ଥାତ୍ର ଚ୍ଥାତ୍ରୀଙ୍କ ସହ ସୁ ସଂପର୍କ ପାଇଁ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ହେଲାଣି । ତେଣୁ ପରୀକ୍ଷାରେ ମଧ୍ୟ ଅନୁରୂପ ଭାବେ ସତର୍କତା ଅବଲମ୍ୱନ କରିବାକୁ ସେ ପରାମର୍ଶ ଦେଇଥିଲେ । ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପରୀକ୍ଷାର୍ଥୀଙ୍କୁ ଚାପ ମୁକ୍ତ ପରୀକ୍ଷା ଦେବାପାଇଁ ସମସ୍ତେ ଉତ୍ସାହିତ କରିବା ସହ ପରୀକ୍ଷା ଦାୟିତ୍ୱରେ ରହୁଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ସେମାନଙ୍କ ପରିଚାଳନା ଦାୟିତ୍ୱକୁ ଶୃଙ୍ଖଳାର ସହ ପରିଚାଳନା ପାଇଁ ଅନୁରୋଧ କରିଥିଲେ । ଗୋଟିଏ ଦୁଇଟି ସ୍ଥାନର ତୃଟି ବା ବିଶୃଙ୍ଖଳା ପାଇଁ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ହଇରାଣ ହେବା ଦୁଃଖଦାୟକ ଓ ଏହା ଯେପରି ନ ଘଟେ ସେଥିପାଇଁ ପ୍ରତ୍ୟେକ ଯତ୍ନବାନ ହେବାକୁ ସେ କହିଥିଲେ । ଜିଲ୍ଳ୍‌ାର ମୋଟ ୧୪୫ ଗୋଟି କେନ୍ଦ୍ରରେ ପରୀକ୍ଷାର ବ୍ୟବସ୍ଥା କରାଯାଇଚ୍ଥି । ଏଥିରେ ୧୪୦ ଟି ମାଟ୍ରିକ, ୪ ଗୋଟି ମଧ୍ୟମା ଓ ୧ ଗୋଟି ମୁକ୍ତ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର କରାଯାଇଚ୍ଥି । ମୋଟ ୨୭୨୫୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାଟ୍ରିକ ପାଇଁ ୨୬୬୩୦, ମଧ୍ୟାମା ପାଇଁ ୪୨୫ ଓ ମୁକ୍ତ ବିଦ୍ୟାଳୟ ପାଇଁ ୧୯୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏଥିପାଇଁ ୯ ଗୋଟି ନୋଡାଲ କେନ୍ଦ୍ର ଓ ୨୪ ଗୋଟି ପରିବହନ ଦଳର ବ୍ୟବସ୍ଥା କରାଯାଇଚ୍ଥି । ମାଟ୍ରିକ ପରୀକ୍ଷା ପେଂବୃୟାରୀ ୧୯ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ରେ ସମାପ୍ତ ହେଊଥିବା ବେଳେ ମଧ୍ୟମା ପରୀକ୍ଷା ପେଂବୃୟାରୀ ୧୯ ଠାôର ପେଂବୃୟାରୀ ୨୯ ତାରିଖ ପର୍ଯ୍ୟନ୍ତ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପେଂବୃୟାରୀ ୧୯ ତାରିଖ ଠାରୁ ପେଂବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜିଲ୍ଳ୍‌ା ଶିକ୍ଷା ଅଧିକାରୀ ଅବଗତ କରାଇଚ୍ଥନ୍ତି । ଏହି ବୈଠକରେ ଜିଲ୍ଳ୍‌ା ଜିଲ୍ଳ୍‌ା ବିଜ୍ଞାନ ପରିଦର୍ଶକ ବିଷ୍ଣୁ ଚରଣ ପଣ୍ଡା, ରାମସାର ସଂଯୋଜକ ମିହିର ରଂଜନ ନାୟକ, ବ୍ଳ୍‌କ ଶିକ୍ଷା ଅଧିକାରୀ, ଦଶରଥପୁର ଗୟାଧର ନନ୍ଦ, ଯାଜପୁର ସ୍ମୃତିରେଖା ନାୟକ, ବରୀ ଅଭୟ ବେହେରା, ଧର୍ମଶାଳା ପ୍ରପୁଂଲ ବେହେରା, ଦାନଗଦୀ ବଳରାମ ନାୟକ, କୋରେଇ ସୁଶାନ୍ତ ଶତପଥୀ, ବିଂଝାରପୁର ରେଣୁବାଳା ଦେଇ, ସୁକିନ୍ଦାର ଶିବରାମ ସାହୁ, ରସୁଲପୁର ବ୍ଳ୍‌କ ଶିକ୍ଷା ଅଧିକାରୀ ଶାନ୍ତନୁ କର, ଜିଲ୍ଳ୍‌ା ସ୍କୁଲ ପ୍ରଧାନ ଶିକ୍ଷକ ତଥା ମାଷ୍ଟର ଟ୍ରେନର ଆଲୋକ କୁମାର ବନ୍ଧ, ବିଭିନ୍ନ ପରୀକ୍ଷା କେନ୍ଦ୍ର ଦାୟିତ୍ୱରେ ଥିବା ସୁପରିନ୍‌ଟେଣ୍ଡେଣ୍ଟ, ନୋଡାକ କେନ୍ଦ୍ର ଅଧିକାରୀ, ପ୍ରଧାନ ଶିକ୍ଷକ , ପରିବହନ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ