ଫୋନିର ନାମକରଣ ରହସ୍ୟ
ଭୁବନେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ଓଡ଼ିଶା ଅଭିମୁକେ ଭୟଙ୍କର ରୂପରେ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫୋନି । ଗଣମାଧ୍ୟମରେ ଏହାର କରାଳ ରୂପର ପୂର୍ବାନୁମାନ କରାଯାଉଥିବା ଦେଖି ସମଗ୍ର ରାଜ୍ୟବାସୀ ଆତଙ୍କିତ ହୋଇ ପଡ଼ିଲେଣି । ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ର୍ରକାରପ୍ରସ୍ତୁତି ସରିଲାଣି । ତେବେ ଆତଙ୍କ ସୃଷ୍ଟି କରୁଥିବା ଏହି ସାମୁଦ୍ରିକ ଝଡ଼ ବା ବାତ୍ୟାର ନାମକରଣ ପଛରେ କିଛି ତଥ୍ୟ ରହିଛି । ବିଶେଷକରି ଅଧିକାଂଶ କ୍ଷେତ୍ରରେ ନାରୀମାନଙ୍କ ନାଁକୁନେଇ ସମ୍ଭାବ୍ୟ ବାତ୍ୟାର ନାମକରଣ ହୋଇଛି । ଏହାର ପ୍ରତିବାଦ କରାଯିବାରୁ ଏବେ ସେଥିରେ ପୁରୁଷଙ୍କ ନାମ ବି ସାମିଲ୍ କରାଯାଇଛି । ପ୍ରକୃତରେଏହି ନାମକରଣ ପ୍ରକ୍ରିୟା ଆଟଲାଣ୍ଟିକ୍ ରାଷ୍ଟ୍ରଗୁଡ଼ିକର ଏକ ବୁଝାମଣାରୁ ଆରମ୍ଭ ହୋଇଥିଲା । ୧୯୫୩ ମସିହା ଯାଏ ଆମେରିକାର ନ୍ୟାସନାଲ ହରିକେନ୍ ସେଣ୍ଟର ପକ୍ଷରୁ ସମ୍ଭାବ୍ୟ ବାତ୍ୟାର ନାମକରଣ କରାଯାଉଥିଲା । ଏହି ହରିକେନ୍ ସେଣ୍ଟର ଏବେ ବି ବାତ୍ୟାର ନାମକରଣ କରିବା ଜାରିରଖିଛି । ତେବେ ୨୦୦୪ ମସିହାରେ ବେଳକୁ ପ୍ରତ୍ୟେକ ଦେଶ ନିଜ ରୁଚି ଅନୁସାରେ ବାତ୍ୟାର ନାମକରଣ କରିବାକୁ ନିଷ୍ପତ୍ତି ହୋଇଥିଲା । ସେହି ଅନୁସାରେ ଭାରତ ମହାସାଗର କ୍ଷେତ୍ରରେଥିବା ୮ଟି ଦେଶ ମିଶି ସେମାନଙ୍କ କ୍ଷେତ୍ରରେ ସୃଷ୍ଟି ହେଉଥିବାବାତ୍ୟାର ନାମକରଣ କରିବା ଆରମ୍ଭ କଲେ ।


