ଫେସବୁକରେ ନିଜକୁ ୧ ନମ୍ବର ଘୋଷଣା କଲେ ଟ୍ରମ୍ପ
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ମାସରେ ଭାରତ ଗସ୍ତରେ ଆସୁଥିବା ବେଳେ ଏହାକୁ ନେଇ ସେ ବେଶ ଉତ୍ସାହିତ ଅଛନ୍ତି । ଟ୍ରମ୍ପ ଶନିବାର ଏକ ଟ୍ୱିଟ କରି ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସୂତ୍ରରୁ କହିଛନ୍ତି ଯେ ଫେସବୁକରେ ଲୋକପ୍ରିୟତା କ୍ଷେତ୍ରରେ ସେ ନମ୍ବର ୧ ସ୍ଥାନରେ ଅଛନ୍ତି ଏବଂ ଦ୍ୱିତୀୟ ସ୍ଥାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଟ୍ରମ୍ପଙ୍କ ଏହି ଏହି ଦାବି ସମ୍ପୂର୍ଣ୍ଣ ଭୁଲ । ବାସ୍ତବରେ ଫେସବୁକରେ ପ୍ରଧାନମନ୍ତ୍ରୀ ମୋଦୀ ହିଁ ୧ ନମ୍ବରରେ ଅଛନ୍ତି ଏବଂ ତାଙ୍କ ଅନୁଗାମୀ ସଂଖ୍ୟାଠାରୁ ଟ୍ରମ୍ପ ଯଥେଷ୍ଟ ପଛରେ ଅଛନ୍ତି । ଫେସବୁକରେ ମୋଦୀଙ୍କ ଅନୁଗାମୀ ସଂଖ୍ୟା ୪୪,୩୭୮,୬୨୫ ଥିବା ବେଳେ ଟ୍ରମ୍ପଙ୍କ ଅନୁଗାମୀ ସଂଖ୍ୟା ୨୭,୫୩୭,୧୭୭ ଅଟେ । ମୋଦୀଙ୍କ ତୁଳନାରେ ଟ୍ରମ୍ପଙ୍କ ଅନୁଗାମୀ ସଂଖ୍ୟା ପ୍ରାୟ ଅଧା ରହିଥିବା ବେଳେ ଟ୍ରମ୍ପ ନିଜକୁ ୧ ନମ୍ବର ଦାବି କରିବା ବିସ୍ମୟ ସୃଷ୍ଟି କରିଛି ।


