ଭାରତୀୟ ଷ୍ଟେଟବ୍ୟାଙ୍କ କର୍ମଚାରୀ ସଙ୍ଘର ସମ୍ବର୍ଦ୍ଧନା ସଭା

କେନ୍ଦ୍ରାପଡ଼ା – କେନ୍ଦ୍ରାପଡାରୁ ସ୍ୱାଧିନ କୁମାର ଦାଶ ଭାରତୀୟ ଷ୍ଟେଟବ୍ୟାଙ୍କ କର୍ମଚାରୀ ସଙ୍ଘ ଭୂବନେଶ୍ୱର ସର୍କଲର ଡେପୁଟୀ ଜେନେରାଲ ସେକ୍ରେଟାରୀ ଭାବେ ନିର୍ବାଚିତ ହୋଇଥିବାରୁ ଜିଲ୍ଲାର ସମସ୍ତ ଷ୍ଟେଟବ୍ୟାଙ୍କ ଶାଖା ସଙ୍ଘ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ସଭା ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ସମ୍ମିଳନୀ କକ୍ଷରେ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା କର୍ମଚାରୀ ସଙ୍ଘର ସଭାପତି ପ୍ରହଲ୍ଲାଦ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା କର୍ମଚାରୀ ସଙ୍ଘର ସମ୍ପାଦକ ପ୍ରଭାସ ଦାସ ସଙ୍ଘ ପକ୍ଷରୁ ନବ ନିର୍ବାଚିତ ଡେପୁଟୀ ଜେନେରାଲ ସେକ୍ରେଟାରୀ ଶ୍ରୀ ଦାଶଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହାପରେ କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପ ସଙ୍ଘ ପକ୍ଷରୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଏହି ମାଟିର ପୁଅ ଶ୍ରୀ ଦାଶ ଷ୍ଟେଟବ୍ୟାଙ୍କ ସଙ୍ଘର ରାଜ୍ୟ ସ୍ତରୀୟ ନେତା ନିର୍ବାଚିତ ହୋଇଥିବାରୁ ଅତ୍ୟନ୍ତ ଆନନ୍ଦ ପ୍ରକଟ କରି ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ ଷ୍ଟେଟବ୍ୟାଙ୍କ କଲେଜ ରୋଡ ଶାଖା ପକ୍ଷରୁ ସୁକାନ୍ତ କୁମାର ମିଶ୍ର,ବଜାର ଶାଖା ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ଧଳ,ମିତାଲି ରାଜଲକ୍ଷ୍ମୀ,ଜମପଡା ଶାଖା ପକ୍ଷରୁ ରଞ୍ଜନ ବେସ୍ରା,ମାର୍ଶାଘାଇ ଶାଖା ପକ୍ଷରୁ କୁମର ଚନ୍ଦ୍ର ବରାଳ,କେନ୍ଦ୍ରାପଡା ମୁଖ୍ୟ ଶାଖା ପକ୍ଷରୁ ସୁବାଷ ଚନ୍ଦ୍ର ବରାଳ,ତୁଷାର କାନ୍ତ ମହାପାତ୍ର,ସତ୍ୟପ୍ରଜ୍ଞା,ସାଗରିକା ମିଶ୍ର,ବିଜୟ ନାୟକ,ସ୍ମରଣିକା ବାରିକ,ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘ ପକ୍ଷରୁ ନିତ୍ୟାନନ୍ଦ ମହାନ୍ତି,ମାଧବାନନ୍ଦ ମହାପାତ୍ର,ସୁନାକର ଜେନା,ନିତ୍ୟାନନ୍ଦ ସେଠୀ ପ୍ରମୁଖ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ । ଶେଷରେ କମ୍ରେଡ ସ୍ୱାଧିନ ଦାଶ କର୍ମକ୍ଷେତ୍ରରେ ସଙ୍ଘର ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ବୀବରଣୀ ପ୍ରଦାନ କରିବା ସହ ନିଷ୍ଠାପର ଭାବେ କର୍ମ କରି ଜୀବନରେ ଆଗେଇ ଯିବାକୁ ପରାମର୍ଶ ଦେଇ ଅସୁବିଧା ସମୟରେ ସଙ୍ଘ ପଛରେ ପ୍ରାଚୀର ଭଳି ଠିଆହେବ ବୋଲି ସୂଚନା ଦେଇଥିଲେ । କେନ୍ଦ୍ରାପଡା ମୁଖ୍ୟ ଶାଖାର ବରିଷ୍ଠ ସ୍ୱତନ୍ତ୍ର ସହାୟିକା ସଙ୍ଘମିତ୍ରା ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ