ପିଏମଓ ଅଫିସରୁ ଆସିଲା ଶୁଭକାମନା ବାର୍ତ୍ତା
ବାରଣାସୀ- ବାରଣାସୀରେ ରିକ୍ସା ଚଳାଉଥିବା ନିଜର ପେଟ ପୋଷୁଥିବା ମଙ୍ଗଳ କେୱଟଙ୍କ ଘରେ ଏବେ ଖୁସିର ପରିବେଶ । ସେଇ ଖୁସି ଏବେ ଦ୍ୱିଗୁଣିତ ହୋଇଯାଇଛି ଯେତେବେଳେ ତାଙ୍କ ଝିଅର ବିବାହ ପାଇଁ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଶୁଭକାମନା ବାର୍ତ୍ତା ଚିଠି ମଙ୍ଗଳଙ୍କ ନିକଟକୁ ପଠାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଚିଠିରେ ମଙ୍ଗଳଙ୍କ ଝିଅ ଓ ଜ୍ୱାଇଁ ଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହ ସେମାନଙ୍କ ବୈବାହିକ ଜୀବନ ମଙ୍ଗଳମୟ ହେଉବୋଲି ପ୍ରାର୍ଥନା କରିଛନ୍ତି । ମଙ୍ଗଳ କହିଛନ୍ତି ଯେ, ମୋ ଝିଅର ବାହାଘର ଥିବାରୁ ମୁଁ ନିଜେ ଦିଲ୍ଲୀ ଯାଇ ପିଏମଓ ଅଫିସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ କାର୍ଡ ଦେଇକି ଆସିଥିଲି । ହେଲେ ପ୍ରଧାନମନ୍ତ୍ରୀଙ୍କ ତରଫରୁ ୮ ଫେବୃଆରୀ ଦିନ ମୋ ନିକଟକୁ ଝିଅର ବାହାଘର ପାଇଁ ଶୁଭେଚ୍ଛା ବାର୍ତ୍ତା ଆସିଛି । ପ୍ରଧାନମନ୍ତ୍ରୀଙ୍କ ନିକଟରୁ ପତ୍ର ପାଇ ଆମେ ଖୁବ ଉତ୍ସାହିତ ହୋଇପଡିଛୁ ।