ଜିଲ୍ଲା ସ୍ତରୀୟ ଶୈଣ୍ଡିକ ସମାଜର ସାଧାରଣ ସଭା

କଳାହାଣ୍ଡି- କୋକସରା ବ୍ଲକ ଲଡୁଗାଁଠାରେ ଆଜି କଳାହାଣ୍ଡି ଜିଲ୍ଲା ସ୍ତରୀୟ ଦକ୍ଷିଣୀକ ଶୈଣ୍ଡିକ ସମାଜର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଅତିଥି ମାନେ ମଞ୍ଚାସୀନ ହେଲାପରେ ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଇ ସଭାକାର‌୍ୟ୍ୟ ଆରମ୍ଭ କରାଯାଇଥିଲା। କାର‌୍ୟ୍ୟକ୍ରମର ଅତିଥି ରୁପେ କଳାହାଣ୍ଡି ଜିଲ୍ଲା ସଭାପତି ଦୟାନିଧି ସାହୁ, ଜିଲ୍ଲା ସମ୍ପାଦକ ଧବିର ସାହୁ, ଜିଲ୍ଲା କାର‌୍ୟ୍ୟକାରି ସଭାପତି ସତ୍ୟନାରାୟଣ ଚୌଧୁରୀ, କୋକସରା ବ୍ଲକ ଶୈଣ୍ଡିକ ସମାଜର ସଭାପତି ହେମନ୍ତ ଚନ୍ଦ୍ର ସାହୁ, ଶେଷଦେବ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ରାଜନୈତିକ, ଅର୍ଥନୈତିକ, ଶିକ୍ଷା ସଚେତନତା ସହ ଆଗାମୀ ଦିନରେ ହେବାକୁ ଥିବା ଶୈଣ୍ଡିକ ସମାଜର ପଞ୍ଚମ ମହାସଭା ପାଇଁ କର୍ମକର୍ତ୍ତା ଚୟନ କରିବା ସହ କିଭଲି ଭାବରେ କାର‌୍ୟ୍ୟ କରାଯିବ ସେନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ସଭାରେ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଳକର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ମାନେ ଯୋଗଦେଇ ନିଜ ନିଜର ମତାମତ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ