ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ବୁଗୁଡା : ବୁଗୁଡା ଶ୍ରୀ ବଳଦେବ ଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨ ଦିନ ଧରି ଚାଲିଥିବା ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବର ଉଦଯାପିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ମନୋଜ କୁମାର ସ୍ଵାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ତଥା ବ୍ରହ୍ମପୁର ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ଃ ଅମୃତ ସେଠୀ, ମୁଖ୍ୟ ବକ୍ତା ଭାବେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପିକା ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ ଓ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ବିଭୁତି ଭୂଷଣ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।ଏହି ତାଲିମ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଅନୁରାଧା ତ୍ରିପାଠୀ ସ୍ୱାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ ସମେତ ତାଲିମ ବିଷୟରେ ସଂକ୍ଷେପରେ ମତ ରଖିଥିଲେ। ଛାତ୍ରୀ ବୃନ୍ଦଙ୍କୁ ମାଷ୍ଟର ଟ୍ରେନର ବୃନ୍ଦ ବିଭିନ୍ନ ଆତ୍ମ ସୁରକ୍ଷା କୌଶଳ ବିଷୟରେ ତାଲିମ ପ୍ରଦାନ କରିଥିଲେ। ଶେଷରେ ତାଲିମ ପ୍ରାପ୍ତ ଛାତ୍ରୀମାନେ ସେମାନେ ଶିକ୍ଷିଥିବା ଆତ୍ମ ସୁରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ।ଏହି ଅବସରରେ ଅତିଥି ବୃନ୍ଦଙ୍କ ଦ୍ଵାରା ସମସ୍ତ ଛାତ୍ରୀଙ୍କୁ ରାଜ୍ୟ ସରକାର ଯୋଗଇଥିବା ମହିଳାଙ୍କ ଆତ୍ମରକ୍ଷା ପାଇଁ ଏକ ଗାଇଡ ବହି “ରିଆକ୍ଟ” ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ