ଜେଲ ଭାଙ୍ଗି ଫେରାର ହେଲେ ସେଞ୍ଚୁରୀ କଏଦୀ
ଇଣ୍ଡୋନେସିଆରେ ସୁମାତ୍ରା ଦ୍ୱୀପର ଗୋଟିଏ ଜେଲରୁ ୧୦୦ କଏଦୀ ଜେଲ ଭାଙ୍ଗୀ ଫେରାର ହୋଇଯାଇଛନ୍ତି । ସୂଚନା ଅନୁଯାୟୀ ଅପରାଧି ମାନଙ୍କ ମଧ୍ୟରେ ଝଗଡା ଆରମ୍ଭ ହେଲା । ଏହା ପରେ ଜେଲରେ ଅଗ୍ନିକାଣ୍ଡ ଘଟାଇ ଜେଲ ଭାଙ୍ଗି ୧୦୦ କଏଦୀ ଫେରାର ହୋଇଯାଇଛନ୍ତି । ଜେଲଟି ସୁମାତ୍ରାର ସାଇକ ଜିଲ୍ଲାରେ ଅବସ୍ଥ୍ିତ । ଏକ ସ୍ଥାନୀୟ ଟିଭିଚେନେଲେର ପ୍ରସାରଣ ରୁ ସ୍ପଷ୍ଟ ଜଣାପଡୁଥିଲା । ଅଗ୍ନିକାଣ୍ଡ ଭୟାନକ ଥିଲା । ଫେରାର ଘଟଣା ପରେ ପୋଲିସ ତରଫରୁ ଅପରାଧି ମାନଙ୍କୁ ଧରିବା ପାଇର୍ ବିଭିନ୍ନ ସ୍ଥାନରେ ଚଢାଉ କରି ୧୨୫ ଜଣ ଅପରାଧିଙ୍କୁ ଗିରଫ କରିିଛି । ଇଣ୍ଡୋନେସିଆ ଜେଲରୁ କଏଦୀ ଚମ୍ପଟ ମାରିବା କିଛି ନୂଆକଥା ନୁହେଁ । ପୂର୍ବରୁ ବହୁତ କଏଦୀ ଫେରାର ଅଛନ୍ତି । ବର୍ତ୍ତିମାନ ୬୫୦ ରୁ ଅଧିକ କଏଦୀ ବନ୍ଦୀ ଅଛନ୍ତି ।