ଜାଗୃତି କ୍ଲବର ବାର୍ଷିକ ଉତ୍ସବ

ବନ୍ତ, (ଚାନ୍ଦିନୀ ମହାନ୍ତି ): ବନ୍ତ ବ୍ଲକ ବାଙ୍ଗରପଦୀ ଗ୍ରାମରେ ଜାଗୃତି କ୍ଲବର ୧୬ତମ ବାର୍ଷିକ ଉତ୍ସବ ସହ ଆନ୍ତଃ ବିଦ୍ୟାଳୟ ସାଂସ୍କୃତିକ ଓ ପ୍ରତିଭା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜାତୀୟ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ତଥା କ୍ଲବର ଉପଦେଷ୍ଟା ଅଜୟ କୁମାର ପୃଷ୍ଟିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ବନ୍ତ ଆଞ୍ଚଳିକ ମହା ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ଶୁଭେନ୍ଦ୍ର କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ସୂର୍ଯ୍ୟମଣୀ ରାଉଳ, ପ୍ରକାଶ କୁମାର ସାହୁ, ହୃଷିକେଶ ମିଶ୍ର, ନାରାୟଣ ଚନ୍ଦ୍ର ଲେଙ୍କା, ରମାକାନ୍ତ ଜେନା, ଭାସ୍କର ଚନ୍ଦ୍ର ପାଢ଼ୀ, ଅଲେଖ ଚନ୍ଦ୍ର ନାୟକ, ନାରାୟଣ ଚନ୍ଦ୍ର ସାମଲ,କେନ୍ଦୁଆପଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶୀ ଶେଖର କରଶର୍ମା, ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ନାୟକ,ଶିକ୍ଷକ ଶ୍ରୀକାନ୍ତ ପଣ୍ଡା, ବିଧାୟକ ପ୍ରତିନିଧି ସ୍ମୃତି ରଞ୍ଜନ ସ୍ବାଇଁ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, କ୍ଲବର ସଭାପତି ଶଶୀକାନ୍ତ ସାହୁ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷକ ସୁକାନ୍ତ କୁମାର ବେହେରା ଅତିଥି ପରିଚୟ ଓ ଧନ୍ୟବାଦ ଏବଂ କ୍ଲବର ସମ୍ପାଦକ ରଞ୍ଜିତ କୁମାର ସାହୁ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବ୍ଲକର ୩୦ ବିଦ୍ୟାଳୟର ବରିଷ୍ଠ ଓ କନିଷ୍ଠ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ, ବକ୍ତୃତା, ସଙ୍ଗୀତ, ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୧୩୦ ପ୍ରତିଯୋଗୀ ଭାଗ ନେଇଥିଲେ। ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଚାରପତି ଭାବେ ମହେଶ ଚନ୍ଦ୍ର ସାହୁ, ଶୁଭେନ୍ଦୁ କୁମାର ବିଶ୍ୱାଳ, କାର୍ତ୍ତିକ ଚନ୍ଦ୍ର ସାହୁ, ସତ୍ୟ ସୁନ୍ଦର ପରିଡା, ରମେଶ ଚନ୍ଦ୍ର ନାୟକ, ଅଶୋକ କୁମାର ଦାସ, ସୁଧୀର କୁମାର ବାରିକ, ରମେଶ ପ୍ରସାଦ କର, ପ୍ରଭାତ କୁମାର ସେନାପତି, ଭାସ୍କର ଚନ୍ଦ୍ର ସେନାପତି, ସେକ ଆଝାରୁଦ୍ଦୀନ ଦାୟିତ୍ୱ ତୁଲାଇଥିଲେ। ଏହି ଅବସରରେ ଶିଶୁ ଲେଖକ ନିତିନଜିତ ସାହୁ ଏବଂ ଗିରିଧାରୀ ମ. ଇ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଶମ୍ଭୁନାଥ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଉପ ସଭାପତି ସୌଭାଗ୍ୟ ସାରଥୀ ସାହୁ, ସହ ସମ୍ପାଦକ ନିରଞ୍ଜନ ଦଳେଇ, କୋଷାଧ୍ୟକ୍ଷ ଜିତେନ୍ଦ୍ର ନାଥ ସାହୁ, ଉପଦେଷ୍ଟା ଭାସ୍କର ଚନ୍ଦ୍ର ସାହୁ, ସଦସ୍ୟ ଅଚ୍ୟୁତ ପୃଷ୍ଟି, ଗୌରୀ ଶଙ୍କର ପୃଷ୍ଟି, ଅଂଶୁମାନ ସାହୁ, ଜଗନ୍ନାଥ ସାହୁ, ସୌରଭ ପୃଷ୍ଟି, ଲକ୍ଷ୍ମୀଧର ସାହୁ, ଜିତେନ୍ଦ୍ର ସାହୁ, ପରେଶ ପରିଡା, ବିଶ୍ୱ ରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ