ୟରୋ କିଡ୍‌ସ ପ୍ରି ସ୍କୁଲ ଆଗାଜ ଦ୍ୱିତୀୟ ବାର୍ଷିକ ଉତ୍ସବ

ୟରୋ କିଡ୍‌ସ ପ୍ରି ସ୍କୁଲ ବାର୍ଷିକ ଉତ୍ସବ

ଛତ୍ରପୁର : ଗଂଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଅନ୍ତର୍ଜାତୀୟ ମାର୍କା ୟୁରୋ କିଡ୍‌ସ ପ୍ରି ସ୍କୁଲ ଦା ନ୍ୟୁ ଏଜ୍ ୟୁରୋ ସ୍କୁଲ ଛତ୍ରପୁର ଶାଖା ଆଜି ତାର ଆଗାଜ ଦ୍ୱିତୀୟ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳନ କରିଛି । କୁନି କୁନି ଶିଶୁ ମାନଙ୍କ ଠାରୁ ଆରମ୍ଭ କରି ଅଭିଭାବକ ମାନେ ବିଶିଷ୍ଠ କଣ୍ଠ ଶିଳ୍ପୀ ଗଣେଷ ପଟ୍ଟନାୟକଙ୍କ ମୋ ନିଦରେ ତୁ ……. ମୋ ସ୍ୱପ୍ନରେ ତୁ ଗୀତରେ ଝୁମୁ ଉଠିଥିଲେ । ଶନିବାର ସନ୍ଧ୍ୟା ୬ଟାରେ ସ୍ଥାନୀୟୟୁରୋ କିଡ୍‌ସ ପ୍ରି ସ୍କୁଲ ଦା ନ୍ୟୁ ଏଜ୍ ୟୁରୋ ସ୍କୁଲ ର ଆଗାଜ ଦ୍ୱିତୀୟ ବାର୍ଷିକ ଉତ୍ସବ କାର୍ଯ୍ୟକାରୀ ପ୍ରିନି୍ସପାଲ ସସ୍ମିତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଶକ୍ତି ଏଣ୍ଡ ଏଜୁକେସନ ଏଣ୍ଡ୍ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଅନୁଷ୍ଠାନର ପ୍ରତିଷ୍ଠାତା ସୈାଦାମିନୀ ମହାପାତ୍ର , ସମାଜସେବୀ ଭାଷ୍କର ମହାପାତ୍ର, ଟ୍ରଷ୍ଟି ତଥା ଯୁବ ଆଇନଜିବୀ ରଂଜନ କୁମାର ମହାପାତ୍ର କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ପ୍ରତିଷ୍ଠାତା ଶ୍ରୀମତି ମହାପାତ୍ର ଛୋଟ ଶିଶୁ ମାନଙ୍କୁ ନୂତନ ଢଙ୍ଗରେ ଶିକ୍ଷା ପ୍ରଦାନ କରାଯାଉଥିବା କହିବା ସହ ସ୍କୁଲ ଆରମ୍ଭରୁ ଅଭିଭାବକ ମାନେ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମୁଖ୍ୟ ଅତିଥୀ ଭାବେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ପିଲାଙ୍କର ଶୈକ୍ଷିକ ବିକାଶ ପାଇଁ ଏହି ଅନୁଷ୍ଠାନ ସମସ୍ତ ଉଦ୍ୟମ କରି ଆସିବା ସହ ସେମାନଙ୍କୁ ଜଣେ ଜଣେ ସୁନାଗରିକ ପରି ଗଢି ତୋଳିବା ପାଇଁ କାର୍ଯ୍ୟକରିଆସୁଛି । ଏହାସହ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଶିକ୍ଷା ସହିତ ନିଜର ମାତୃଭାଷା ଓଡିଆ ଶିକ୍ଷା ପ୍ରତି ମଧ୍ୟ ଗୁରୁତ୍ୱ ଦେବାକୁ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । ସ୍କୁଲର କୁନିକୁନି ଛାତ୍ରଛାତ୍ରୀମାନେ ଯେପରି ଏତେ ଛୋଟ ବୟସରୁ ଇଂରାଜୀ ଭାଷାରେ ଏଙ୍କରିଂ କରୁଥିବା ନେଇ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଛାତ୍ରଛାତ୍ରୀ ଏବଂ ଅନୁଷ୍ଠାନକୁ ଉତ୍ସାସିତ ପ୍ରଶଂସା କରିଥିବା ସହିତ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସମ୍ମାନୀତ ଅତିଥୀ ଭାବେଯୋଗଦେଇ କହିଥିଲେ ଯେ ସାଂପ୍ରତିକ ସମୟରେ ଏହି ୟୁରୋ କିଡସ୍ ସ୍କୁଲ ମନୋବୈଜ୍ଞାନିକ ଢଙ୍ଗରେ ଶିଶୁ ମାନଙ୍କୁ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ଆଗକୁ ନେବାକୁ ଉଦ୍ୟମ ଜାରି ରଖିଛିି । ଏହାସହ ସ୍କୁଲ ର ଶତପ୍ରତିଶତ ଉନ୍ନତୀ କାମନା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ ଯୋଗଦେଇ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଶକ୍ତି ଏଣ୍ଡ ଏଜୁକେସନ ଏଣ୍ଡ୍ ଚାରିଟେବୁଲ ଟ୍ରଷ୍ଟ ର ଅଧ୍ୟକ୍ଷ ରଂଜନ କୁମାର ମହାପାତ୍ର ଜୁଲାଇ ୨୦୧୮ ଠାରୁ ଆଜି ପର୍ଯ୍ୟନ୍ତ ସ୍କୁଲ ତରଫରୁ ଚାଲି ଆସିଥିବା ସମସ୍ତ କାର୍ଯ୍ୟକ୍ରମର ଉପସ୍ଥାପନା କରିବା ସହ ଅନୁଷ୍ଠାନ ଶିଶୁ ମାନଙ୍କର ସର୍ବାଙ୍ଗୀନ ଉନ୍ନତୀ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଥିଲେ । ତତ୍ ସହିତ ଆମର ଏହି ସ୍କୁଲ ଛତ୍ରପୁର ଅଂଚଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ସେ କହିଥିଲେ । ସ୍କୁଲର ପ୍ରିନ୍ସପାଲ ଡାଏନା ମିଶ୍ର ସ୍କୁଲର ବିଭିନ୍ନ ଶୈକ୍ଷିକ କାର୍ଯ୍ୟ ଉପରେ ଆଲୋକପାତ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ପରିଚାଳନା ନିର୍ଦ୍ଦେଶକ ପି.ଅନୀଲ କୁମାର ରେଡ୍ଡୀ , ପ୍ରଶାସକ ଦେବାଶିଷ ପଣ୍ଡାଙ୍କ ସମେତ ସମସ୍ତ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ । ପ୍ରାରମ୍ଭରେ ଶିକ୍ଷୟତ୍ରୀ କାଜଲ ପଣ୍ଡା ଓ ଖୁସୁବୁ ବେଗମ୍ ସ୍ୱାଗତ ଭାଷଣ ଦେବା ସହ ଅତିଥୀ ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଉପରୋକ୍ତ ଅତିଥୀମାନେ କୃତୀ ଛାତ୍ରଛାତ୍ରୀ ପୁରସ୍କାର ବିତରଣ କରିଥିଲେ ।
ଭୂବନେଶ୍ୱର ଭାଷ୍ୟକାର ଶିବାନୀ ସଂଯୋଜନାରେ ଅନୁଷ୍ଠିତ ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଠ କଣ୍ଠଶିଳ୍ପୀ ଗଣେଷ ପଟ୍ଟନାୟକ ସଂଗୀତ ପରିବେଷଣ କରିଥିବା ବେଳେ କୁନି କୁନି ଛାତ୍ରଛାତ୍ରୀ ଏବଂ ଅଭିଭାବିକା ମାନେ ମିଳିତ ଭାବେ ଏକ ଚିତ୍ତାକର୍ଷକ ଗୃଫ ଡ୍ୟାନ୍ସ ପ୍ରଦର୍ଶନ କରିଥିଲେ । ରଙ୍ଗାରଙ୍ଗକାର୍ଯ୍ୟକ୍ରମକୁ ସ୍କୁଲର ନୃତ୍ୟ ଶିକ୍ଷକ ସୁଧାଂଶୁ ଶେଖର ଶତପଥୀ ପରିଚାଳନାରେ ସହଯୋଗ କରିଥିଲେ ।
ପ୍ରାରମ୍ଭ ଅତିଥୀମାନେ ଏକ ସଚେତନତା ନିମନ୍ତେ ନିଜେନିଜେ ଦସ୍ତଖତ ଅଭିଯାନ ସାମିଲ ହୋଇ ଗୁଣାତ୍ମାକ ଶିକ୍ଷାର ବାର୍ତ୍ତା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ