ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

ମାଲକାନଗିରି/ବାଲିମେଳା, (ଡଃ ଶିବ ନାରାୟଣ ପାତ୍ର): ଓଡ଼ିଶାର ସ୍ୱାର୍ଥ, ଜନସାଧାରଣଙ୍କ ଅଧିକାର ଓ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା। ଘରେ ଘରେ ପହଞ୍ଚୁଛି ବିଜୁ ଜନତା ଦଳ ଲୋକଙ୍କ ସମସ୍ୟା ଶୁଣିଛି ଏବଂ ବିଜେପି ସରକାରଙ୍କ ପ୍ରତିଶ୍ରୁତି ଓ ବାସ୍ତବତାର ଫରକ ଜନତାଙ୍କ ସାମ୍ନାକୁ ଆଣୁଛି ବିଜୁ ଜନତା ଦଳ । ଆଜି ମାଲକାନଗିରି ଜିଲ୍ଲାର ବାଲିମେଳା ନଗର ଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜିର ପଦଯାତ୍ରା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ବିଜୁ ଜନତା ଦଳର ଜିଲ୍ଲା ସଭାପତି ,ପୂର୍ଵତ୍ତନ ବିଧାୟକ ଜନଜାତି ସେଲ୍ ରାଜ୍ୟ ଉପ ସଭାପତି ତଥା ବରିଷ୍ଠ ମୁଖପାତ୍ର ଶ୍ରୀ ମାନସ ମାଡକାମୀ ଯୋଗ ଦେଇ ପଦଯାତ୍ରା କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଆଜିର ଉକ୍ତ କାର୍ଯ୍ୟକ୍ରମରେ ବିଜେପି ଓ କଂଗ୍ରେସ୍ ଦଳ ଛାଡି ବିଜୁ ଜନତା ଦଳର ନୀତି ଆଦର୍ଶ ଏବଂ ନବୀନ ପଟ୍ଟନାୟକଙ୍କ ସୁଶାସନ ରେ ଅନୁପ୍ରାଣୀତ ହୋଇ ୫୦ ରୁ ଉର୍ଦ୍ଧ୍ବ କର୍ମୀ ଶ୍ରୀ ଅର୍ଜ୍ଜୁନ ଭୋଜ ,ଶ୍ରୀ ଯୁଗଳ କିଶୋର ଦେବ, ଶ୍ରୀ ପାଉଲ୍ ନାଗ, ଶ୍ରୀମତୀ ଗଙ୍ଗା ମାଛ, ଶ୍ରୀ ପ୍ରତ୍ୟୁଷ କୁମାର ସ୍ବାଇଁ, ଶ୍ରୀ ସୁଶିଲ ବାଘ,ଶ୍ରୀ ଜୋସେଫ ବାଘ ,ଶ୍ରୀ ଜନି ନାଗ,ଶ୍ରୀ ଧିରେନ୍ ସୁନା,ଶ୍ରୀ ସୁଶିଲ ମାଛ, ଶ୍ରୀ ସଂଜୀବ ବାଘ ,ଶ୍ରୀ ଆକାଶ ଟାକ୍ରି ପ୍ରମୁଖ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହେଲେ । ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ମାଡକାମୀ କହିଛନ୍ତି, ଆଜି ଓଡ଼ିଶା ଏକ ଅତ୍ୟନ୍ତ କଠିନ ପରିସ୍ଥିତି ଦେଇ ଗତି କରୁଛି। ନିଜକୁ “ଲୋକଙ୍କ ସରକାର” ବୋଲି ଡିଣ୍ଡିମ ପିଟୁଥିବା ବିଜେପି ଶାସନରେ ସାଧାରଣ ଲୋକଙ୍କ କଥା ଶୁଣିବାକୁ କେହି ନାହାନ୍ତି । ଲୋକଙ୍କ ହୃଦୟରେ ବିଜେଡି, ଲୋକଙ୍କ ସେବାରେ ବିଜେଡି । ଏ ବିଜେପି ସରକାରରେ ସବୁଠି ବିଫଳତା, ସବୁଠି କୁପରିଚାଳନା। ଲୋକେ କହିଲେଣି, ଓଡ଼ିଶା ବିଜେପି ସରକାର କୁପରିଚାଳନାରେ ବୋଧେ ବିଶେଷ ଦକ୍ଷତା ହାସଲ କରିଛି । ପିଲାଙ୍କ ପଢ଼ା ବହିରେ ହଜାର ହଜାର ଭୁଲ୍। କିନ୍ତୁ ଉତ୍ତରଦାୟିତ୍ୱ ନେବାକୁ ସରକାର ନାରାଜ। ରାଜ୍ୟରେ ରାଜସ୍ୱ ସଂଗ୍ରହ କମୁଛି। ବଜେଟ୍ ବ୍ୟୟବରାଦ ଖର୍ଚ୍ଚ ହୋଇପାରୁନି। କିଛି କାମ ହେଉନାହିଁ। ବୁଢ଼ା ବୁଢ଼ୀ ବିକଳାଙ୍ଗ ମାନଙ୍କୁ ଭତ୍ତା ଦେଇ ପାରୁ ନାହିଁ କିନ୍ତୁ ଋଣ ଭାର ବଢ଼ି ଚାଲିଛି। ଟଙ୍କା ଯାଉଛି କୁଆଡ଼େ ? ଶେଷରେ ବିଜୁ ଜନତା ଦଳ ତା’ର ଭଲ କାମ ପାଇଁ ସବୁବେଳେ ଲୋକଙ୍କ ହୃଦୟରେ ଅଛି ଓ ରହିଥିବ।ବୋଲି ଜନତାଙ୍କୁ କହିଲେ ଶ୍ରୀ ମାଡକାମୀ । ଆଜିର ପଦଯାତ୍ରା ରେ ବାଲିମେଳା ନଗର ବିଜେଡି ସଭାପତି ରାଜେନ୍ଦ୍ର କୂଳଦୀପ ଙ୍କ ନେତୃତ୍ୱରେ ଆୟୋଜିତ ଜନ ସମ୍ପର୍କ ପଦଯାତ୍ରା ଅବସରରେ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ଜିଲ୍ଲା ବିଜୁ ମହିଳା ସଭାନେତ୍ରୀ ସମାରି ତାଙ୍ଗୁଲ ,ଜିଲ୍ଲା ସଂଖ୍ୟା ଲଘୁ ସେଲ୍ ସଭାପତି ରାଜେନ୍ଦ୍ର ଖସଲା , ବିଜୁ ମହିଳା ରାଜ୍ୟ ସାଧାରଣ ସମ୍ପାଦିକା ଲକ୍ଷ୍ମୀ ପ୍ରିୟା ନାୟକ , ଜିଲ୍ଲା ବିଜେଡି ଉପ ସଭାପତି ଉଦୟ ନାଥ ମାଦ୍ରୀ,ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ , ବାଲିମେଳା ପୂର୍ବତ୍ତନ ନଗର ଅଧ୍ୟକ୍ଷା ଲକ୍ଷ୍ମୀ ପାଙ୍ଗି , ଜିଲ୍ଲା ବିଜୁ ମହିଳା ସାଧାରଣ ସମ୍ପାଦିକା ପ୍ରଶାନ୍ତି ଲତା ବିଶୋଇ ,ମାଲକାନଗିରି ପୌର ଉପାଧ୍ୟକ୍ଷା କବିତା ମହନ୍ତ ,ବିଜେଡି ବରିଷ୍ଠ ନେତା ଚିତ୍ତରଞ୍ଜନ ପଟନାୟକ ,ବରିଷ୍ଠ ବିଜେଡି ନେତା ତଥା ମାଲକାନଗିରି ବ୍ଲକ ସଭାପତି ସର୍ବ କୁମାର ବିଶୋଇ , ବିଜେଡି ବରିଷ୍ଠ ନେତା ମଙ୍ଗଳା ପାଙ୍ଗି ,ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ପାଣିଗ୍ରାହୀ , ଜିଲ୍ଲା ଛାତ୍ର ସଭାପତି ସୁବ୍ରତ କୁମାର ଦାସ , ବିଜେଡି ବରିଷ୍ଠ ନେତା ମଦନ ଖସଲା ,ବିଜେଡି ବରିଷ୍ଠ ନେତା ଧନୁର୍ଜୟ ହନ୍ତାଳ ,ଗଜେନ୍ଦ୍ର ମହାନ୍ତି କୋଷାଧ୍ୟକ୍ଷ , ବିଜୟ କ୍ରିଷ୍ଣା ଦାସ ଉପ ସଭାପତି , ଦୂର୍ଯୋ ମାଣ୍ଡି , ସଞ୍ଜୟ ପଟ୍ଟନାୟକ , ପୂର୍ଣ୍ଣ ଚନ୍ଦ୍ର ଭାତ୍ରା , ଟୁକୁ ଲୁ ପ୍ରଧାନ, ସଂଜୀବ ଦୋରା ,ଶ୍ରୀ କବିରାଜ ଦାସ ପ୍ରମୁଖ ଙ୍କ ସହ ବାଲିମେଳା ନଗର ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତା ଓ ବାଲିମେଳା ନଗର ର ସମସ୍ତ ଜନ ପ୍ରତିନିଧି ଙ୍କ ସହ ଦୁଇ ହଜାର ରୁ ଉର୍ଦ୍ଧ୍ବ ଜନ ସାଧାରଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ