ବିଦ୍ୟୁତ୍ ସେବା ସ୍ୱାଭାବିକ କରିବାକୁ ଦାବି
ଚାରିଛକ (ଜୁଗାବ୍ଦ ନ୍ୟୁଜ୍): ନିମାପଡ଼ା ଅଞ୍ଚଳ ସାମୁଦ୍ରିକ ବାତ୍ୟା ଫାନି ଦ୍ୱାରା ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୧ଦିନ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ ସରବରାହ କାର୍ଯ୍ୟକାରୀ ହୋଇ ପାରିନାହିଁ । ଫଳରେ ଏହି ଅଞ୍ଚଳ ଅନ୍ଧାରରେ ରହୁଛି । ବିଦ୍ୟୁତ ନଥିବା ବେଳେ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ବିଶେଷ କରି ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଓ ନର୍ସିଂହୋମ ମାନଙ୍କରେ ରୋଗୀସେବାରେ ବ୍ୟାଘାତ ସୃଷ୍ଟି ହେଉଛି । ବିଦ୍ୟୁତ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ କେବେ ବିଜୁଳି ଜଳିବ ତାହା କେହି ସଠିକ ଭାବେ କହିପାରୁ ନାହାନ୍ତି । ନିମାପଡା ବିଦ୍ୟୁତ ସେକ୍ସନରେ ପ୍ରାୟ ୩୦କୋଟିରୁ ଉଦ୍ଧ୍ୱର୍ ଟଙ୍କାର ବିଦ୍ୟୁତ ଭିତ୍ତିଭୂମି ନଷ୍ଟ ହୋଇଥିବା ସହକାରୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଖୁବଶୀଘ୍ର ପର୍ଯ୍ୟାୟ କ୍ରମେ ବିଦ୍ୟୁତ ସଂଯୋଗ ବିଭିନ୍ନ ପଞ୍ଚାୟତକୁ କରାଯିବ ବୋଲି ସୂଚନା ଦେଇଛନ୍ତି ।