ଦୁର୍ଘଟଣା ରୁ ଅଳ୍ପକେ ବତ୍ତିଳା ସରକାରି ବସ
କଳ।ହାଣ୍ଡି- କଳାହାଣ୍ଡି ଜିଲ୍ଲା କୋକସରା ଦେଇ ଯାଇଥିବା ଜାତିୟ ରାଜପଥ ୨୬ ପେଟ୍ରୋଲପମ୍ପ ନିକଟ ବୁଳାଣି ନିକଟରେ ଏକ ଯାତ୍ରିବାହି ସରକାରି ବସ ଦୁର୍ଘଟଣା ରୁ ଅଳ୍ପକେ ରକ୍ଷା ପାଇଥିବା ବେଳେ ଯାତ୍ରି ମାନେ ଏକ ନିଶ୍ଚିତ ଦୁର୍ଘଟଣା ରୁ ରକ୍ଷା ପାଇଛନ୍ତି। ରାଉରକେଲା ରୁ ଜୟପୁର ଯାଉଥିବା ଏହି ବସ ଦ୍ରୁତଗତିରେ ଆସୁଥିବା ବେଳେ କେନାଲ ପାଇଁଁ ରାସ୍ତା କୁ ଖଘଞ କମ୍ପାନି ଦ୍ବାରା କୋଡା ଯାଇଥିବା ଓ ବୁଳାଣି ଯୋଗୁ ଡ୍ରାଇଭର ଜାଣିନପାରି ବସକୁ ନେଇ କେନାଲ ପାଇଁଁ ଗାତ ଖୋଳାଯାଇଥିବା ପାଖରେ ବ୍ରେକ କରିବାରୁ ବସଟି ସୈାଭାଗ୍ୟବଶତଃ ରହିଯାଇଥିଲା,ପରେ ଯାତ୍ରି ମାନଙ୍କୁ ସୁରକ୍ଷିତ ବାହାର କରି ପରେ ଜେସିବି ଦ୍ବାରା ବସକୁ ବାହାର କରି ପରେ ପୁଣି ଯାତ୍ରି ମାନଙ୍କୁ ନେଇ ବସ ଯାଇଥିଲା।ତେବେ ସଂପୃକ୍ତ ଠିକାସଂସ୍ଥା ସୁରକ୍ଷା ନେଇ ଅବହେଳ। ଯୋଗୁ ଏଭଳି ହୋଇଥିବା ଅଭିଯୋଗ ହେଉଥିବା ବେଳେ ଏନେଇ ଏଲଏନଟି ଅଧିକାରି ଶ୍ରୀନିବାସନ ଙ୍କୁ ପଚାରିବାରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି ଡ୍ରାଇଭର ର ଭୁଲ ଯୋଗୁ ବସ ଦୁର୍ଘଟଣା ହୋଇଛି ବୋଲି କହିଛନ୍ତିା