ହୁଣ୍ଡାଇ ମୋଟର ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏକ କୋଟି ଟଙ୍କାର ଚେକ୍ ପ୍ରଦାନ

(ଯୁଗାଦ୍ଦ ନ୍ୟୁଜ , ଦେଶର ଦ୍ୱିତୀୟ ବୃହତ୍ ଅଗ୍ରଣୀ କାର ନିର୍ମାତା ତଥା ବୃହତ୍ ପାସେଞ୍ଜର କାର୍ ରପ୍ତାନୀକାରୀ ହୁଣ୍ଡାଇ ମୋଟର ଇଣ୍ଡିଆ ଲିଃ. ପକ୍ଷରୁ ଫନୀ ବାତ୍ୟା ପୀଡ଼ିତଙ୍କ ସହାୟତା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏକ କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । କମ୍ପାନୀର ବରିଷ୍ଠ ଉପସଭାପତି ଷ୍ଟିଫେନ୍ ସୁଧାକର ଜେ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ତଥା ଉକ୍ରଳ ହୁଣ୍ଡାଇ ଏବଂ ଆଦିତ୍ୟ ହୁଣ୍ଡାଇ ବିତରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଚେକ୍ ପ୍ରଦାନ କରିଛନ୍ତି । ଏହା ସହିତ କମ୍ପାନୀ ପକ୍ଷରୁ ସ୍ଥାନୀୟ ସ୍ୱେଚ୍ଛାସେବର ସଂଗଠନ ସହିତ ମିଳିତ ଭାବେ ପୀଡ଼ିତଙ୍କ ଥଇଥାନ ପାଇଁ କାର୍ଯ୍ୟ ଜାରି ରହିଛି । ୨୦୧୫ରେ ତାମିଲନାଡୁ ବନ୍ୟା ସମୟରେ କମ୍ପାନୀ ପକ୍ଷରୁ ସହାୟତା ପ୍ରଦାନ କରାଯାଇଥିଲା । ସେହିପରି ୨୦୧୮ରେ କେରଳରେ ଗଜ ବାତ୍ୟା ପୀଡ଼ିତଙ୍କ ସହାୟତା ପାଇଁ ଆର୍ଥିକ ସହାୟତା ମଧ୍ୟ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଯୋଗାଇ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ