ବିିଦ୍ୟୁତ ଆଘାତରେ ୨ ମୃତ
ନୟାଗଡ(ଯୁଗାଦ୍ଦ ନ୍ୟୁଜ) ,ନୟାଗଡ ଦଶପଲ୍ଲା ତୁମାଣ୍ଡି ବାଲିସାହିରେ ଅଘଟଣ । ବିଦ୍ୟୁତ ସଂଶର୍ଷ୍ପରେ ଆସି ଦୁଇ ମୃତ।ମୃତକ ବାଲିସାହି ଗାଁର ନକୁଳ ଜାନୀ,ଭକ୍ତ ଜାନୀ । ନିଜ ଘର ନିକଟରେ କାମ କରୁଥିବା ବେଳେ ନକୁଳ ପ୍ରଥମେ ବିଦ୍ୟୁତ ସଂଶର୍ଷ୍ପରେ ଆସିଥିଲେ ସେଇ ବାଟଦେଇ ଯାଉଥିବା ଭକ୍ତ ନକୁଳଙ୍କୁ ରକ୍ଷା କରିବାକୁ ଯଇ ବିଦ୍ୟୁତ ସଂଶଷ୍ପରେ ଆସିଯାଇଥିଲେ ମୃତକ ଦୁଇଜଣ ଶଶୁର ଜୁଆଇଁ ବୋଲି ଜଣାପଡିଛି । ନକୁଳ ଜାନୀ ନିଜ ବାଡିପଟେ ଏକ ପିଢା ତିଆରି କରୁଥିବାବେଳେ ବାଡିପଟେ ଥିବା ବିଦ୍ୟୁତ ଆରଥିଙ୍ଗ ସଂଶର୍ଷ୍ପରେ ଆସି ଯାଇଥିଲେ । ଏହି ସମୟରେ ସେହି ବାଟ ଦେଇ ଭକ୍ତ ଜାନୀ ଛେଳି ନେଇ ଯାଉଥିବା ବେଳେ ସେମଧ୍ୟ ବିଦ୍ୟୁତ ସଂଶର୍ଷ୍ପରେ ଆସିଯାଇଥିଲେ ବୋଲି ଜଣାପଡିଛି । ତେବେ ଉଭୟଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।