କୋଭିଡ-୧୯ ପରିସ୍ଥିତିକୁ ନେଇ ସରକାର ସଜାଗ ଅଛନ୍ତି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କୋଭିଡ-୧୯ ନୋଭେଲ କରୋନା ଭୂତାଣୁ ପରିସ୍ଥିତିକୁ ନେଇ ସରକାର ସମ୍ପୁର୍ଣ୍ଣ ରୂପେ ସଜାଗ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ଆଜି ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମସ୍ତଙ୍କ ସୁରକ୍ଷା ଦିଗରେ ମନ୍ତ୍ରଣାଳୟ ଏବଂ ରାଜ୍ୟମାନେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଭୟଭୀତ ନ ହେବା ସହିତ ଅନାବଶ୍ୟକ ଯାତ୍ରା ଓ ଜନ ସମାଗମକୁ ବର୍ଜନ କରିବା ଲାଗି ସେ ଲୋକଙ୍କୁ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ କୌଣସି ମନ୍ତ୍ରୀ ଆଗାମୀ ଦିନରେ ବିଦେଶ ଯାତ୍ରା କରିପାରିବେ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ