ଶରଗଡାରେ ଏକ ପରିତ୍ୟକ୍ତ କୂଅରୁ ନିଖୋଜ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

ରାଇରଙ୍ଗପୁର:ଗୋରୁମହିଷାଣୀ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ଶରଗଡା ଗାଁର ଏକ ପରିତ୍ୟକ୍ତ କୂଅରୁ ଏକ ନିଖୋଜ ବୃଦ୍ଧଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । ପ୍ରକାଶ ଥାଉକି ଗତ ମାର୍ଚ୍ଚ ମାସ ୬ ତାରିଖ ଦିନ ଶରଗଡା ଗାଁର ଭୂୟାଁ ସାହିର ଧନି ଦେହୂରୀ(୬୦) ଘର ଛାଡ଼ି କୁଆଡେ ଚାଲି ଯାଇଥିଲେ । ମାର୍ଚ୍ଚ ୯ ତାରିଖ ଦିନ ଘର ଲୋକେ ଗୋରୁମହିଷାଣୀ ଥାନାରେ ଧରି ଦେହୂରୀ ନିଖୋଜ ମାମଲା ନେଇ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ଥାନାରେ କେଶ ନଂ ୦୪ ରୁଜୁ ହୋଇଥିଲା ।ଆଜି ସକାଳୁ କୂଅରୁ ପଚା ଗନ୍ଧ ବାସିବା ନେଇ କୂଅରୁ ଦେଖିଥିଲେ ଏକ ମୃତ ଦେହ ଭାସୁଛି । ତେଣୁ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ ।ଅଗ୍ନିଶମ ବିଭାଗ ମୃତକଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଶବ ଭାଇନା କରିବା ପାଇଁ ପହଞ୍ଚାଇଥିଲେ ।ମୃତକଙ୍କର ଶବକୁ ବ୍ୟବଛେଦ କରାଇ ପୋଲିସ ପରିବାରଙ୍କୁ ହସ୍ତାନ୍ତର କରିଛି ।ମୃତକ ଦେହରେ କୌଣସି ଖଣ୍ଡିଆ ଖାବରା ଚିହ୍ନ ନାହିଁ । କେଉଁ ପରିସ୍ଥିତିରେ ଏଭଳି ଅପମୃତ୍ୟୁ ଦୁର୍ଘଟଣା ଘଟିଛି ପୋଲିସ ତଦନ୍ତରେ ଆଗକୁ ଜଣାପଡ଼ିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ