ଶିଶୁ ବିକାଶ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ପାଳିତ
ରାଇରଙ୍ଗପୁର,(ୱାଇଏନଏସ):ମହାନ ଜନନାୟକ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବହରଲାଲ ନେହେରୁଙ୍କ ଜୟଜୟନ୍ତୀ l ସେ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିଲେ l ତାଙ୍କ ଜନ୍ମଦିବସ କୁ ସାରା ଭାରତରେ ଶିଶୁ ଦିବସ ରୂପେ ପାଳନ ହୋଇଆସୁଛି l ଏହି ପରିପ୍ରେକ୍ଷୀରେ, ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକ ଭାଲୁବସା ପଞ୍ଚାୟତ ଅଗ୍ରଣୀ ଓଡିଆ ମାଧ୍ଯମ ବିଦ୍ଯାଳୟ ନାଗଭଣ ଶିଶୁ ବିକାଶ ବିଦ୍ଯା ମନ୍ଦିର ରେ ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତଙ୍କ ସଭାପତିତ୍ବରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ସର୍ବପ୍ରଥମେ ମହାନ ବ୍ଯକ୍ତିତ୍ବ ଜବହରଲାଲ ନେହେରୁଙ୍କ ଫଟୋ ରେ ପ୍ରଦୀପ ପ୍ରଜ୍ଜଳନ କରାଯିବା ପରେ ସମସ୍ତ ଛାତ୍ରଛାତ୍ରୀ ତାଙ୍କ ଠାରେ ପୁଷ୍ପ ଅର୍ପଣ କରିଥିଲେ l ତାଙ୍କର ମହାନ ଆଦର୍ଶ ଉପରେ ଛାତ୍ରଛାତ୍ରୀ ସୁଚିନ୍ତିତ ବକ୍ତବ୍ଯ ଦେବା ପରେ ସମ୍ପାଦକ ଚିତ୍ତ ରଂଜନ ମହାନ୍ତ ଛାତ୍ରଛାତ୍ରୀ ମାନଙ୍କୁ ଜବହରଲାଲ ନେହେରୁ ଙ୍କ ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ମାର୍ଗଦର୍ଶନ ଦେବା ପରେ ପ୍ରଧାନଶିକ୍ଷକ ଜ୍ଯୋତି ପ୍ରକାଶ ପ୍ରଧାନ ଜବହରଲାଲ ନେହେରୁଙ୍କ ଉପରେ ସୁଚିନ୍ତିତ ବକ୍ତବ୍ଯ ପ୍ରଦାନ କରିଥିଲେ l ଏହାପରେ ଛାତ୍ରଛାତ୍ରୀମାନଙ୍କୁ ଉପହାର ପ୍ରଦାନ କରାଯିବା ପରେ ସେମାନଙ୍କୁ ମିଷ୍ଠାନ୍ନ ଭୋଜନ କରାଯାଇଥିଲା l ଏଥିରେ ସମସ୍ତ ଗୁରୁଜୀ ଗୁରୁମା ଗାୟତ୍ରୀ ବାରିକ, ମିନତା ମହାନ୍ତ, ଚନ୍ଦ୍ରବି ମହାନ୍ତ, ରଞ୍ଜିତା ନାୟକ, ମିନତୀ ମହାନ୍ତ, ଦିବ୍ଯାନୀ ମହାନ୍ତ, ରିମା ବିନ୍ଧାଣୀ, ରୂପସୀ ବେହେରା, ବର୍ଷାରାଣୀ ମହାନ୍ତ ଓ ରେଣୁକା ମହାନ୍ତ ପରିଚାଳନାରେ ସହଯୋଗ କରିଥିଲେ l


