ଜଙ୍ଗଲରୁ ମୃତ ଶରୀର ଉଦ୍ଧାର

ଦାରିଙ୍ଗବାଡି (ଯୁଗାବ୍ଦ ନ୍ୟୁଜ) : ଦାରିଙ୍ଗବାଡି ଥାନା ପେତାରବାଡ଼ି ଗ୍ରାମ ନିକଟ ସାଡ଼ାବାଲି ଜଙ୍ଗଲରୁ ଏକ ମୃତ ଶରୀର ଦାରିଙ୍ଗବାଡି ପୋଲିସ ଜବତ କରିଛି।ମୃତକ ହେଲେ ସେହି ପେତାରବାଡ଼ି ଗ୍ରାମର ମାଞ୍ଜି ପ୍ରଧାନ (୬୦)।ପରିବାର ଲୋକଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ମାଞ୍ଜି ଜଙ୍ଗଲକୁ ଯାଇ ସନ୍ଧ୍ୟାରେ ଆଉ ଘରକୁ ଫେରି ନଥିଲେ।ମାଞ୍ଜିଙ୍କ ପୁଅ ଓ ସ୍ତ୍ରୀ ଆଖପାଖରେ ବହୁ ଖୋଜାଖୋଜି କରିଥିଲେ।ଆଜି ସକାଳେ ପୁଣି ଖୋଜାଖୋଜି କରୁଥିବା ବେଳେ ଗାଁ ନିକଟ ଜଙ୍ଗଲରେ ବାପା ମାଞ୍ଜିଙ୍କ ମୃତ ଶରୀର ପଡ଼ିଥିବା ସାନ ପୁଅ ଅମିତ ପ୍ରଧାନ ପ୍ରାୟ ୧୨ ଟା ବେଳକୁ ଦେଖିବାକୁ ପାଇଁ ପରିବାର ଲୋକ ଓ ସ୍ଥାନୀୟ ସରପଞ୍ଚ ଫଗୁ ପ୍ରଧାନଙ୍କୁ ଜଣାଇଥିଲା।ଏବଂ ପରବର୍ତ୍ତୀ ସମୟରେ ଦାରିଙ୍ଗବାଡି ପୋଲିସକୁ ଜଣାଇବା ପରେ ଘଟଣା ସ୍ଥଳେ ଦାରିଙ୍ଗବାଡି ପୋଲିସ ପହଞ୍ଚି ମାଞ୍ଜିଙ୍କ ମୃତ ଶରୀରକୁ ଜଙ୍ଗଲରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।ଦାରିଙ୍ଗବାଡି ପୋଲିସ ପ୍ରାଥମିକ ତଦନ୍ତ ଅନୁଯାଇ ଏନେଇ ଏକ ଅପମୃତୁ – ୫ /୧୯ ,୧୭୪ ସି ଆର ପିସି ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବୋଲି ଆଇସି ଅଲେଖ ଗରଡ଼ିଆ ସୂଚନା ଦେଇଛନ୍ତି।କିନ୍ତୁ ମାଞ୍ଜିଙ୍କ ସାନ ପୁଅ ଅମିତ, ବଡ଼ ପୁଅ ଅଜିତ ଓ ଅନ୍ୟ ପରିବାର ଲୋକେ ଏହା ହତ୍ୟା ବୋଲି ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ