ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ମେଡିକାଲ କଲେଜ ନାମକରଣ ନିଷ୍ପତ୍ତିକୁ ସ୍ବାଗତ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ) : କିଛି ଦିନ ହେବ ଶାନ୍ତ କନ୍ଧମାଳ କୁ ଅଶାନ୍ତ କରିବା ପାଇଁ କିଛି କୁଚକ୍ରୀ ଯୋଜନାବଦ୍ଧ ଭାବରେ ଷଡ଼ଯନ୍ତ୍ର ରଚନା କରୁଛନ୍ତି। ବିଧର୍ମୀ ମାନେ ଆଦିବାସୀ ଙ୍କୁ ହିନ୍ଦୁ ନୁହନ୍ତି ବୋଲି କହି ଆମ ଆମ ମଧ୍ୟ ରେ ବିଭେଦ ସୃଷ୍ଟି କରି ସୋସିଆଲ ମିଡ଼ିଆରେ ବିଭିନ୍ନ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଯାହାକୁ ଆମେ ଓ ଆମ ଆଦିବାସୀ ସମ୍ପ୍ରଦାୟ ବରଦାସ୍ତ କରିବୁ ନାହିଁ ଏଥିରୁ ନିବୃତ ରୁହନ୍ତୁ ବୋଲି କହିଛନ୍ତି କିଛି ଆଦିବାସୀ ଶିକ୍ଷିତ ଯୁବକ ଓ ଯୁବତୀ।ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ନାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଫୁଲବାଣୀର ସରକାରୀ ମେଡିକାଲ୍ କଲେଜକୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଭେଷଜ ମହାବିଦ୍ୟାଳୟ ନାମରେ ନାମିତ କରାଯିବା ନିଷ୍ପଭିକୁ ସ୍ବାଗତ କରିଛନ୍ତି । ଏ ନେଇ ସ୍ଥାନୀୟ ଗାୟତ୍ରୀ ମନ୍ଦିର ସମ୍ମିଳନୀ କକ୍ଷ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପାଇଁ ଏକ ଗର୍ବର ବିଷୟ ବୋଲି କହିଛନ୍ତ ସ୍ୱାମୀଜୀ ଙ୍କ ଅନୁଗାମୀ ଆଦିବାସୀ ସମ୍ପ୍ରଦାୟ ର ଯୁବକ ଯୁବତୀ ମାନେ।ଏଥିପାଇଁ ରାଜ୍ୟ ସରକାରଙ୍କୁ ସାଧୁବାଦ ଦିଆଯାଇଛି। ସେହିଭଳି ତୁମୁଡ଼ିବନ୍ଧ ଜଲେଶପଟା ଆଶ୍ରମ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଅନୁଦାନ ଘୋଷଣା ପାଇଁ ମଧ୍ୟ କୃତଜ୍ଞତା ଜ୍ଞାପନ କରାଯାଇଛି। ଦୀର୍ଘ ୪୦ ବର୍ଷ ଧରି କନ୍ଧମାଳରେ ଜନଜାତିର ବିକାଶ ସହିତ ଶିକ୍ଷା, ସ୍ବାସ୍ଥ୍ୟ ଭଳି ବିଭିନ୍ନ ଦିଗରେ କାର୍ଯ୍ୟକରିଥୁବା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ପାଇଁ ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ