ବିପଦ ଆଶଙ୍କାରେ ବ୍ରାହ୍ମୁଣୀଗାଁ ଅଂଚଳ ବାସୀ
ମହାଗୁଡ଼ି ପେନାରାହା ପୋଲର ଗୋଟିଏ ପାର୍ଶ ରାସ୍ତାଦବୀବା ନେଇ ବିଭାଗୀୟ ଅଧିକାରୀ ନିରବ । ବିପଦ ଆଶଙ୍କାରେ ବ୍ରାହ୍ମୁଣୀଗାଁ ଅଂଚଳ ବାସୀ । ଦାରିଙ୍ଗବାଡ଼ି ବ୍ଳକର ବ୍ରାହ୍ମୁଣୀଗାଁ ଅଞ୍ଚଳର ଆଠଟି ପଞ୍ଚାୟତ ବାସୀଙ୍କ ଦାରିଙ୍ଗବାଡ଼ି ବ୍ଳକ, ବାଲିଗୁଡ଼ା ଉପଖଣ୍ଡ ଓ କନ୍ଧମାଳ ଜିଲ୍ଲା ମହକୁମକୁ ଯୋଗାଯୋଗ କରିବା ପାଇଁ ଦାରିଙ୍ଗବାଡ଼ି – ବ୍ରାହ୍ମୁଣୀଗାଁ ପୂର୍ତ୍ତବିଭାଗ ରାସ୍ତା ରହିଛି । ଉକ୍ତ ରାସ୍ତାର ମହାଗୁଡ଼ି ଗ୍ରାମ ନିକଟ ପେନାରାହା ଠାରେ ପୋଲ ନିର୍ମାଣ ହୋଇନଥିବାରୁ ଗମନାଗମନ ସମସ୍ୟା ହେଉଥିଲା । ଏହାକୁ ଦୃଷ୍ଟିରେ ରଖି କିଛିମାସ ହେବ ଉକ୍ତ ସ୍ଥାନରେ ନୂତନ ଭାବେ ଏକ ପୋଲ ନିର୍ମାଣ କରିବା ସହ ଉଭୟ ପାର୍ଶରେ ନୂତନ ଭାବେ ରାସ୍ତା ନିର୍ମାଣ ହୋଇଥିଲା । ହେଲେ ଗତ ଏପ୍ରିଲ ୨୦ ତାରିଖର କାଳବୈଶାଖୀ ବର୍ଷା ହେବା ଫଳରେ ଉକ୍ତ ମହାଗୁଡ଼ି ଗ୍ରାମ ପେନାରା ପୋଲର ଗୋଟିଏ ପାର୍ଶରାସ୍ତା ଦବୀଜାଇ ବିପଦ ସଙ୍କୁଳ ଅବସ୍ଥାରେ ରହିଆସୁଛି । ହେଲେ ଆଜଯାଏ ଉକ୍ତ ରାସ୍ତାର ମରାମତି ନେଇ ବିଭାଗୀୟ ଅଧିକାରୀ ନୀରବ ରହିଥିବାରୁ ବର୍ତ୍ତମାନ ଏହା କାଳବୈଶାଖୀ ବର୍ଷା ହେବା ଫଳରେ ଅଧିକରୁ ଅଧିକ ଦାବି ଗମନଗମାନରେ ବିପଦର ଆଶଙ୍କା ସୃଷ୍ଟି ହୋଇଛି । ନିର୍ମାଣରେ ଯେତେ ଡେରିହେବ ସେତେ ରାସ୍ତା ଅଧିକ ଦବୀ ଦାରିଙ୍ଗବାଡ଼ି- ବ୍ରାହ୍ମୁଣୀଗାଁ ଗମନାଗମନରେ ସମସ୍ୟା ତଥା ଠପ୍ ହେବା ସହ ବିପଦ ସୃଷ୍ଟି କରିବ ବୋଲି ପ୍ରକାଶ ପାଇଛି । ଏଣୁ ତୁରନ୍ତ ଦବିଥିବା ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳର ଆଠଟି ପଞ୍ଚାୟତ ବାସୀଙ୍କ ପକ୍ଷରୁ ଦାବୀ ହେଉଛି