କୋରୋନା ଆତଙ୍କ : ସେପ୍ଟେମ୍ବର ପର୍ଯ୍ୟନ୍ତ ଫ୍ରେଞ୍ଚ ଓପନ୍‌ ସ୍ଥଗିତ

ନୂଆଦିଲ୍ଲୀ : କୋରୋନା ଭାଇରସ୍‌ ପ୍ରଭାବରେ କ୍ରୀଡା ସର୍ବାଧିକ ପ୍ରଭାବିତ ହୋଇଛି । ପ୍ରଥମେ ଆଇପିଏଲ୍‌ ଏବଂ ଅନ୍ୟାନ୍ୟ କ୍ରିକେଟ୍‌ ଶୃଙ୍ଖଳା ସ୍ଥଗିତ ରହିଥିବା ବେଳେ ବର୍ତ୍ତମାନ ଏହାର ପ୍ରଭାବ ଟେନିସ୍‌ ଉପରେ ପଡିଛି । ଟେନିସ୍‌ର ମହାକୁମ୍ଭ ଫ୍ରେଞ୍ଚ ଓପନ୍‌କୁ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ମେ ୨୪ରୁ ଜୁନ୍‌ ୭ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଆୟୋଜକଙ୍କ ପକ୍ଷରୁ ଟ୍ବିଟ୍‌ କରାଯାଇ ପରିବର୍ତ୍ତିତ ତାରିଖ ଘୋଷଣା କରାଯାଇଛି । ବର୍ତ୍ତମାନ ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ନୂତନ ଘୋଷଣା ପରେ ଟେନିସ୍‌ ଖେଳାଳିଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି । ଏହି କାର୍ଯ୍ୟସୂଚୀ ଅନୁଯାୟୀ ୟୁଏସ୍‌ ଓପନ୍‌ର ମାତ୍ର ଏକ ସପ୍ତାହ ପରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାକୁ ଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ