ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା : ଜିଲ୍ଲାର ମହାକାଳପଡା ଥାନା ପୋଲିସର ଉଦାସୀନତା ବିରୋଧରେ ବୁଧବାର ଏକ ଦଳିତ ପରିବାରର ସଦସ୍ୟମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ ମହାକାଳପଡା ଥାନା ଅନ୍ତର୍ଗତ ରାଜଗଡ ଗ୍ରାମର ସୂର୍ଗତ ଭାଗବତ ମଳିକଙ୍କ ପୁଅ ଅଭିରାମ ମଳିକ ପରିବାର ସହିତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ଆଜକୁ ପ୍ରାୟ ୫୦ବର୍ଷରୁ ଉର୍ଦ୍ଧ୍ୱ ହେବ ତାଙ୍କ ପରିବାର ଏକ ଇଜିମାଇଲି ସତ୍ୱରେ ଘର କରି ବାସ କରିଆସୁଥିବା ବେଳେ ହଠାତ ଅପରପକ୍ଷମାନେ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଘରକୁ ଯିବା ରାସ୍ତାରେ ବାଡବୁଜି ଦେଇ ରାସ୍ତା ବନ୍ଦ କରିଦେଇଥିଲେ । ଏଥି ସହିତ ତାଙ୍କ ପରିବାର ଘରକୁ ଗଲେ ସେମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏ ସମ୍ପର୍କରେ ଅଭିରାମ ମହାକାଳପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେବି ଥାନା ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସେ ତାଙ୍କ ପରିବାର ସହିତ ଘରକୁ ଫେରିପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଏ ସମ୍ପର୍କରେ ଆରକ୍ଷୀ ଅଧିକ୍ଷକଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ