ଲୋକସଭା ଭଙ୍ଗ କରିବା ପାଇଁ ଅନୁମତି ଦେଲେ ରଷ୍ଟ୍ରପତି
୧୬ତମ ଲୋକସଭା ଭଙ୍ଗ କରିବା ପାଇଁ ମଞ୍ଜୁରୀ ଦେଇସାରିଛନ୍ତି ଭାରତର ରଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବିଧାନ ର ବିଧି ବ୍ୟବସ୍ଥା ଅନୁସାରେ ଭାରତ ର ପ୍ରଥମ ନାଗରିକ ସଂସଦ ଭାଙ୍ଗିବା ପାଇଁ ଆଦେଶ ଦେଇଥାନ୍ତି । ଏହା ସହିତ ଚଳିତ ସାଧାରଣ ନିର୍ବାଚନ ରେ ଲୋକସଭା ରେ ବିଜୟ ହାସଲ କରିଥିବା ପ୍ରାର୍ଥି ଙ୍କ ତାଲିକା ରଷ୍ଟ୍ରପତି ଙ୍କୁ ପ୍ରଦାନ କରିସାରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଅରୋରା । ଗତ କାଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସମେତ କେନ୍ଦ୍ରୀୟ ମନ୍ତ୍ରୀ ପରିଷଦ ରଷ୍ଟ୍ରପତି ଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମଣ୍ଡଳ ର ସଦସ୍ୟ ଙ୍କୁ ନୂଆ ମନ୍ତ୍ରୀମଣ୍ଡଳ ନ ହେବା ପର୍ଯ୍ୟନ୍ତ ନିଜନିଜ ପଦରେ ରହିବାକୁ ପ୍ରସ୍ଥାବ ଦେଇଛନ୍ତି ରଷ୍ଟ୍ରପତି । ସୂଚନା ଅନୁସାରେ ବୌଠକରେ ଜୁନ ୩ ରେ ୧୬ତମ ଲୋକସଭା ର କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି ଏହା ପୂର୍ବରୁ ନୂଆ ମନ୍ତ୍ରୀମଣ୍ଡଳ ଗଠନ ପକ୍ରିୟା ଆରମ୍ଭ ହୋଇଯାଇଛି ।


