ଦୁଗ୍ଧ ଚାଷୀଙ୍କ କ୍ଷୀରର ମୂଲ୍ୟ ବୃଦ୍ଧି ପାଇଁ ମହାସଂଘ ପକ୍ଷରୁ ଦାବି

ବଜାରର ସମସ୍ତ ଦର ବୃଦ୍ଧି ପାଇଥିବା ବେଳେ ସମସ୍ତ କ୍ଷୀର କମ୍ପାନୀ ଗୁଡିକ ମଧ୍ୟ କ୍ଷୀର ପ୍ୟାକେଟ ର ମୂଲ୍ୟ ବୃଦ୍ଧି କରିଛନ୍ତି । କିନ୍ତୁ ଦୁଖର କଥା ଚାଷୀ ମାନେ ବାରମ୍ଭାର ଆନ୍ଦୋଳନ କରିବା ସତ୍ୱେ ୨୦୧୪ ମସିହା ଠାରୁ କ୍ଷୀର ର ମୁଲ୍ୟ ବୃଦ୍ଧି କରିନାହାନ୍ତି । କ୍ଷୀର ଚାଷୀ ମାନଙ୍କୁ ୫ ବର୍ଷ ଧରି ଲିଟର ପିଛା ୨୬ ଟଙ୍କା୧୦ ପଇସା ପାଉଥିଲେ । ସବୁଠାରୁୂ କ୍ଷୀର ଚାଷୀ ମାନଙ୍କ ମନରେ ପ୍ରଶ୍ନ ଉଠୁଛି ବିଭିନ୍ନ କ୍ଷୀର କମ୍ପାନୀ ଗୁଡିକ ପ୍ୟାକେଟର ମୁଲ୍ୟ ବୃଦ୍ଧି କରୁଥିବା ବେଳେ କ୍ଷୀର ଚାଷୀ ମାନଙ୍କର ମୁଲ୍ୟ ବୃଦ୍ଧି ନକରିବା ପରିତାପର ବିଷୟ । ଗୋଟିଏ ପଟେ ଚାଷୀ ଙ୍କ ଅଭାବ ଦେଖାଦେଇଥିବା ବେଳେ ଫନୀ ବାତ୍ୟା କ୍ଷୀର ଚାଷୀ ମାନଙ୍କର ମେରୁଦଣ୍ଡକୁ ଦୋହଲାଇଦେଇଛି । ଫନୀ ପ୍ରଭାବରେ ଧ୍ୱଂସ ବିଧ୍ୱଂସ ହେବା ପରେ ଗାଇ ମାନଙ୍କ ପାଇଁ ଗୋଖାଦ୍ୟ ଓ ପାଳ ମିଳିବା କାଠିକର ପାଠ ହୋଇଛି । ଯାହା ମିଳୁଛି ତାହା ଦର ବୃଦ୍ଧି ପାଇଛି ।ଫନୀ ପ୍ରଭାବରେ ଦୁଗ୍ଧ ଚାଷୀ ୧୧ ଲକ୍ଷ ପରିବାର ର ଜୀବନ ଜୀବିକା ବିପଦ ମୁହଁକୁ ଠେଲିହୋଇଯାଇଛି । ତେଣୁ ରାଜ୍ୟ ସରକାର ତୁରନ୍ତ ମୁଲ୍ୟ ବୃଦ୍ଧି କରିବା ନିମନ୍ତେ ମହାସଂଘ ପକ୍ଷରୁ ଅନୁରୋଧ କରିଛନ୍ତି । ମହାସଂଘ ପକ୍ଷରୁ ମହାସଂଘର ଅଧ୍ୟକ୍ଷ ରବି ବେହେରା, ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର, ସମ୍ପାଦକ ନାରାୟଣ ଡ଼ାଳୁଆ, କଟକ ସଦରରୁ •ଷୀନେତା ତରୁଣ କୁମାର ଦାସ, ନିଆଳିରୁ ବିଜୟ ବେହେରା, କେନ୍ଦ୍ରାପଡ଼ାରୁ ଅକ୍ଷୟ ମନ୍ତ୍ରୀ ଓ ଜଗତସିଂହପୁରରୁ ରାଜ୍ୟପ୍ରିୟ ଦାସ ଚାଷୀ ମାନଙ୍କର ମୁଲ୍ୟ ୩୦ଟଙ୍କା କରିବାକୁ ଦାବି କରିଛନ୍ତି । ଚାଷୀ ମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏ ଦିଗରେ ବିହିତ ପଦକ୍ଷେପ ନନେଲେ ଚାଷୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ଗଣମାଧ୍ୟମ କୁ ସୁୁଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ