୫ ଦିନରେ ଏଭଳି ଲକ୍ଷଣ ଦେଖିଲେ କରନ୍ତୁ କୋରୋନା ପରୀକ୍ଷା
କୋରୋନା ଭାଇରସର ବିପଦ ପ୍ରତ୍ୟେକ ଦିନ ବଢ଼ିବାରେ ଲାଗିଛି। ଏହି ଭୟଙ୍କର ଜୀବନନାଶକ ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସାରା ବିଶ୍ବରେ ଇତିମଧ୍ୟରେ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ସଂକ୍ରମିତ ହୋଇ ସାରିଲେଣି। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଦାବି କରାଯାଇଛି ଯେ ପ୍ରଥମ ୫ ଦିନ ଭିତରେ ଶରୀରେ ୩ଟି ଖାସ୍ ଲକ୍ଷଣ ନଜର ଆସିଲେ, କୋରୋନା ଭାଇରସ ସନ୍ଦିଗ୍ଧ ହୋଇପାରେ। ଜର୍ଣ୍ଣାଲ ଏନ୍ଏଲ୍ ଅଫ୍ ଇଣ୍ଟନାଲ ମେଡିସିନ୍ର ଏକ ରିପୋର୍ଟ ମୁତାବକ କୋରୋନା ଭାଇରସର ୩ଟି ଖାସ୍ ଲକ୍ଷଣ ପ୍ରଥମ ୫ ଦିନରେ ଦେଖିବାକୁ ମିଳିଥାଏ। ଚାଲନ୍ତୁ ଜାଣିବା ଏହି ୩ଟି ଲକ୍ଷଣ କ’ଣ।
ଆମେରିକାର ଗବେଷକଙ୍କ ଦ୍ବାରା ଜାରି କରାଯାଇଥିବା ଏହି ରିପୋର୍ଟରେ କୁହାଯାଇଛି ଯେ କୋରୋନା ଭାଇରସରେ ସଂକ୍ରମିତ ହେବା ପରେ ପ୍ରଥମ ୫ ଦିନରେ ଶୁଖିଲା କାଶ ହେବା ଆରମ୍ଭ ହୋଇଥାଏ। ସଂକ୍ରମିତ ଲୋକଙ୍କୁ ଜୋର୍ରେ ଜ୍ବର ହେବା ସହିତ ତାପମାତ୍ରା ବହୁତ ବଢ଼ିଯାଏ। ଇତିମଧ୍ୟରେ ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞ କୋରୋନା ଭାଇରସ କାରଣରୁ ପ୍ରବଳ ଜ୍ବର ହେଉଥିବା ଦାବି କରିଛନ୍ତି। କୋରୋନା ଭାଇରସର ଶିକାର ହେବା ପରେ ପ୍ରଥମ ୫ ଦିନରେ ରୋଗୀ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହୋଇଥାଏ। ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଶ୍ବାସ ସମସ୍ୟା ଫୁସ୍ଫୁସ୍ରେ କଫ୍ ହେବା ଯୋଗୁ ହୋଇଥାଏ।
ନ୍ୟାସନାଲ ହେଲ୍ଥ ସେଣ୍ଟର (ଏନ୍ଏଚ୍ଏସ୍) ଓ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍ଓ) କୋରୋନା ଭାଇରସ ସଂକ୍ରମିତ ହେବା ପରେ ଏହି ଲକ୍ଷଣ ଦେଖାଯାଇଥିବା ଦାବି କରିଛନ୍ତି। ଏଥିରେ ଶରୀର ଯନ୍ତ୍ରଣା ଓ ଥଣ୍ଡା ଭଳି ସମସ୍ୟା ସମ୍ପର୍କରେ ମଧ୍ୟ କୁହାଯାଇଥିଲା। ଗବେଷକମାନେ ଏହି ଗବେଷଣା ଚୀନ୍ର ଉହାନ ସହରର ବାହାରେ ପାଖାପାଖି ୫୦ ଅଞ୍ଚଳରେ କରାଯାଇଥିଲା। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଏହି ସମୟରେ ଲୋକଙ୍କୁ ୧୪ ଦିନ ପାଇଁ ସେଲ୍ଫ ଆଇସୋଲେଟ୍ ରହିବାକୁ ପରାମର୍ଶ ଦେଇଛନ୍ତି।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ କୋରୋନା ଭାଇରସ ସହିତ ମେଳ ଖାଉଥିବା ଲକ୍ଷଣ ସାଧାରଣ ଥଣ୍ଡା, କାଶ, ଫ୍ଲୁ, ସଂକ୍ରମଣ କିମ୍ବା ନିମୋନିଆରେ ମଧ୍ୟ ଦେଖିବାକୁ ମିଳିଥାଏ। କିନ୍ତୁ ସାଧାରଣ ଭାବେ ହେଉଥିବା ଫ୍ଲୁ-ସଂକ୍ରମଣରେ କିଛି ଦିନ ଭିତରେ ରୋଗୀ ସୁସ୍ଥ ହେବାରେ ଲାଗେ। ନିମୋନିଆ କିଛି ସପ୍ତାହ କିମ୍ବା ମାସ ଧରି ଲାଗି ରହିଥାଏ। କୋରୋନା ଭାଇରସରୁ ରକ୍ଷା ପାଇବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି କିଛି ସମୟ ବ୍ୟବଧାନରେ ହାତକୁ ସାବୁନ୍ରେ ଧୁଅନ୍ତୁ। ଚେହେରା, ନାକ, ପାଟିରେ ହାତ ଲଗାନ୍ତୁନି ଓ ଯଥାସମ୍ଭବ କମ୍ ଲୋକଙ୍କ ସହିତ ସାକ୍ଷାତ କରନ୍ତୁ।
ସେଣ୍ଟ୍ରାଲ ଡିଜିଜ୍ କଣ୍ଟ୍ରୋଲ୍ ଫର୍ ପ୍ରିଭେନ୍ସନ୍ ଲୋକଙ୍କୁ ପରାମର୍ଶ ଦେଇଛି ଯେ କୋରୋନା ଭାଇରସରୁ ରକ୍ଷା ପାଇବା ଲାଗି ସ୍ବଚ୍ଛତା ପ୍ରତି ବିଶେଷ ଧ୍ୟାନ ରଖିବା ଦରକାର। କୌଣସି ଜିନିଷକୁ ଛୁଇଁବା ପରେ ପାଖାପାଖି ୨୦ ସେକେଣ୍ଡ ଯାଏ ହାତକୁ ଭଲ ଭାବେ ଧୁଅନ୍ତୁ। କୋରୋନା ଭାଇରସରେ ପୀଡ଼ିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବାରୁ ଦୂରେଇ ରହନ୍ତୁ। ଥଣ୍ଡା କାଶରେ ପୀଡ଼ିତ ବ୍ୟକ୍ତିଙ୍କଠାରୁ ପାଖାପାଖି ୬ ଫୁଟ୍ ଦୂରରେ ରହନ୍ତୁ। ଯଦି ଆପଣ କୋରୋନା ଭାଇରସର ଶିକାର ହୋଇଥିଲେ, ନିଜ ଧ୍ୟାନ ରଖିବା ସହିତ ଅନ୍ୟ ବ୍ୟକ୍ତିଙ୍କ ପାଖକୁ ଯାଆନ୍ତୁ ନାହିଁ। ଏହାଫଳରେ ସଂକ୍ରମଣ ରୋକିବା ସହଜ ହେବ।
କୋରୋନା ଭାଇରସର ଶିକାର ହେବା ପରେ ସ୍କୁଲ୍, କଲେଜ୍ କିମ୍ବା ଅଫିସ୍ ଯିବାରୁ ଦୂରେଇ ରହନ୍ତୁ। ଘର ଭିତରେ ରହନ୍ତୁ ଓ ଡାକ୍ତରଙ୍କ ପରାମର୍ଶ ମାନନ୍ତୁ। ନିଜ ହାତ, ଆଖି ଓ ନାକରେ ବାରମ୍ବାର ହାତ ଲଗାନ୍ତୁନି। ଯଦି ଏପରି କରୁଛନ୍ତି ସାବୁନ କିମ୍ବା ସ୍ୟାନିଟାଇଜରରେ ହାତକୁ ଭଲ ଭାବେ ସଫା କରନ୍ତୁ। ଅଧିକ ଭିଡ଼ ଥିବା ସ୍ଥାନକୁ ଯାଆନ୍ତୁନି। ଫୋନ୍ କିମ୍ବା ଅନ୍ୟ ଆବଶ୍ୟକୀୟ ଜିନିଷ, ଯାହାକୁ ବାରମ୍ବାର ସ୍ପର୍ଶ କରୁଛନ୍ତି, ତାହାର ସଫା ସୁତୁରା ପ୍ରତି ବିଶେଷ ଧ୍ୟାନ ରଖନ୍ତୁ। ଯଦି ଆପଣଙ୍କ ଜ୍ବର, କଫ ଓ ନିଶ୍ବାସ ନେବାରେ ସମସ୍ୟ ହୋଉଛି ଓ ଆପଣ ଗତ ୧୪ ଦିନ ଭିତରେ ଏହି ଭାଇରସରେ ସଂକ୍ରମିତ କୌଣସି ବ୍ୟକ୍ତିଙ୍କୁ ଭେଟିଛନ୍ତି, ତେବେ ଅଣଦେଖା କରନ୍ତୁନି। ନିଜ ଡାକ୍ତରଙ୍କୁ ପୂରା ସୂଚନା ଦିଅନ୍ତୁ।
ଛିଙ୍କିବାବେଳେ ପାଟିରେ ରୁମାଲ କିମ୍ବା ଟିସ୍ୟୁ ପେପର ଦିଅନ୍ତୁ। ରୁମାଲ ସଫା ରଖନ୍ତୁ ଓ ଟିସ୍ୟୁ ପେପରକୁ କୌଣସି ବନ୍ଦ ଡଷ୍ଟବିନ୍ରେ ପକାନ୍ତୁ। କଞ୍ଚା କିମ୍ବା ଦରସିଝା ମାଂସ ଖାଆନ୍ତୁନି। ଆମିଷ ଖାଇବାବେଳେ ସଫା ସୁତୁରା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ହାଇଜିନ୍ର ବିଶେଷ ଧ୍ୟାନ ଦିଅନ୍ତୁ। ଠିକ୍ ଭାବେ ରନ୍ଧା ହୋଇଥିବା ଆମିଷ ଖାଆନ୍ତୁ। ଯଦିଓ ଲୋକେ କୋରୋନା ଭାଇରସକୁ ନେଇ ବହୁତ ସତର୍କ ହୋଇସାରିଲେଣି, କିନ୍ତୁ ଯେତେ କାମ ଥିଲେ ବି ଏବେ ଚୀନ୍ କିମ୍ବା ଅନ୍ୟ ସଂକ୍ରମିତ ଦେଶକୁ ଯାଆନ୍ତୁନି। ସରକାରଙ୍କ ପକ୍ଷରୁ ମଧ୍ୟ ଲଗାତର ଏଭଳି ଚେତାବନୀ ଜାରି କରାଯାଇଛି।


