କରୋନା ପାଇଁ ସଚେତନତା କାର୍ଯ୍ୟକ୍ରମ

ନାଉଗାଁ : କରୋନାରୁ ରକ୍ଷା ପାଇବା ପାଇଁ ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସ୍ୱାସ୍ଥ୍ୟ କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ,ପଂଚାୟତ କାର୍ଯ୍ୟାଳୟ ସମେତ ବିଭିନ୍ନ ଯୁବକ ସଂଘ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହି ଅବସରରେ ନାଉଗାଁ ବ୍ଲକ ଅନ୍ତର୍ଗତ ତିରୁଣା ଗ୍ରାମର ସ୍ୱେଚ୍ଛାସେବୀ ସଂଗଠନ ଇନ୍ଦିରା ସ୍ମାରକୀ ଯୁବକ ସଂଘ ପକ୍ଷରୁ କରୋନାକୁ ନେଇ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଦସ୍ୟମାନେ ତିରୁଣା, ଡେରିକି, ଗଂଗଦା, ପାଇକସାହି ଇତ୍ୟାଦି ଗ୍ରାମରେ ବୁଲି ଗ୍ରାମବାସୀମାନଙ୍କୁ କରୋନା ଭୁତାଣୁକୁ ସଂକ୍ରମିତ ହେବାରୁ କିପରି ରୋକା ଯାଇ ପାରିବ ସେଥିପ୍ରତି ସଚେତନ କରିବା ସହିତ ଲୋକମାନଙ୍କୁ ମାସ୍କ ବଂଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ତିରୁଣା ପଂଚାୟତ ସରପଂଚ ନିରୁପମା ଦାସ, ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ସୌମ୍ୟରଞନ ପଟାୟତ, ଆଶାକର୍ମୀ ପୁଷ୍ପଲତା ସ୍ୱାଇଁ, ହେମନ୍ତ ରଥ, ସଚିନ କୁମାର ବେହୁରା, ବାଦଲ କୁମାର ସ୍ୱାଇଁ, ରାଜେଶ କୁମାର ବେହୁରା, ବିକାଶ ରଞନ ପରିଡା, ଦେବଦତ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ